ETV Bharat / state

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ପ୍ରାର୍ଥନା - ଶ୍ରୀମନ୍ଦିର ଖୋଲିବା ନେଇ କୋର୍ଟରେ ମାମଲା

25 ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀ ମନ୍ଦିର ଖୋଲିବା ପାଇଁ କୋର୍ଟରେ ଆବେଦନ । ଅଧିକ ପଢନ୍ତୁ.....

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ପାର୍ଥନା

author img

By

Published : Nov 18, 2020, 8:24 PM IST

କଟକ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀ ମନ୍ଦିର ଖୋଲିବା ପାଇଁ କୋର୍ଟରେ ଆବେଦନ । 25 ବର୍ଷ ପରେ ଏହି ବିରଳ ବେଶ ଅନୁଷ୍ଠିତ ହେଉଥିବାବେଳେ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ କରାନଯାଉ ବୋଲି ଆବେଦନରେ ଦର୍ଶାଯାଇଛି । ପୁରୀ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଆଗତ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ ରାଜ୍ୟ ସରକାର ଏହି ମାମଲାରେ ଜବାବ ଦାଖଲ କରିଛନ୍ତି । ସେହିପରି ଆବେଦନକାରୀ ପ୍ରତିଜବାଵ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପ୍ରତିଜବାଵ ଦାଖଲ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ପାର୍ଥନା

ସୁପ୍ରିମକୋର୍ଟଙ୍କ ନିକଟରେ ଥିବା ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ସରିବା ପରେ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରିବେ ବୋଲି କହିଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ନିକଟରେ ବିଚାରଧୀନ ଥିବା ସେହି ମାମଲାରେ ଓଡ଼ିଶା ସରକାର ମଧ୍ୟ ପକ୍ଷଭୁକ୍ତ ଅଛନ୍ତି ।

ଗତ ସେପ୍ଟେମ୍ବର ୨୮ ତାରିଖରେ ଏ ସଂକ୍ରାନ୍ତରେ ହାଇକୋର୍ଟରେ ଜବାବ ଦାଖଲ କରିଥିଲେ ରାଜ୍ୟ ସରକାର । ରାଜ୍ୟର ମନ୍ଦିର ମାନଙ୍କରେ ଗର୍ଭଗୃହ ସଙ୍କୁଚିତ ହୋଇଥିବାରୁ ମନ୍ଦିର ଖୋଲା ଗଲେ କରୋନା ବ୍ୟାପିବାର ଆଶଙ୍କା ରହିଥିବା ଏଥିରେ ଦର୍ଶାଯାଇଥିଲା । ଏହାସହ ପ୍ରତି ପଞ୍ଚାୟତ ଓ ଗାଁରେ ଧର୍ମାନୁଷ୍ଠାନ ଥିବାବେଳେ ସବୁ ସ୍ଥାନରେ ପୋଲିସ ଦେବା ସରକାରଙ୍କ ପକ୍ଷରୁ ସମ୍ଭବ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ।

ସୁପ୍ରିମକୋର୍ଟରେ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ମାମଲା ବିଚାରଧୀନ ଥିବାରୁ ସେ ମାମଲାର ଶୁଣାଣିକୁ ହାଇକୋର୍ଟଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ପୂର୍ବରୁ ଜୟନ୍ତ ବଳଙ୍କ ପକ୍ଷରୁ ଆଗତ ଅନ୍ୟ ଏକ ମାମଲାରେ ରାଜ୍ୟ ସରକାର ମନ୍ଦିର ଖୋଲିବାର ନିଷ୍ପତ୍ତି ନେଇପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଦୀର୍ଘଦିନ ପରେ ସରକାର କୌଣସି ନିଷ୍ପତ୍ତି ନେଇ ନଥିବାରୁ ଏ ସମ୍ପର୍କରେ ଏକ ରିଟ ପିଟିସନ ଦାଖଲ କରିଥିଲେ ଜୟନ୍ତ ବଳ । ଦାଖଲ ହୋଇଥିବା ଏହି ପିଟିସନରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି ।

କଟକରୁ ନାରାୟଣ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.