ETV Bharat / state

OCA Polls: ଓସିଏର ନୂଆ ସଭାପତି ପ୍ରଣବ ପ୍ରକାଶ, ଔପଚାରିକ ଘୋଷଣାକୁ ଅପେକ୍ଷା - ଓଡିଶା କ୍ରିକେଟ ସଂଘ

ଓଡିଶା କ୍ରିକେଟ ଆସୋସିଏସନର ନୂଆ ସଭାପତି ହେବେ ପ୍ରଣବ ପ୍ରକାଶ ଦାସ । ଔପଚାରିକ ଘୋଷଣାକୁ ଅପେକ୍ଷା । ଅଧିକ ପଢନ୍ତୁ

OCA Polls: ଓସିଏର ନୂଆ ସଭାପତି ପ୍ରଣବ ପ୍ରକାଶ, ଔପଚାରିକ ଘୋଷଣାକୁ ଅପେକ୍ଷା

author img

By

Published : Oct 22, 2022, 10:25 AM IST

Updated : Oct 22, 2022, 12:44 PM IST

କଟକ: ଓଡିଶା କ୍ରିକେଟ ଆସୋସିଏସନର ନୂଆ ସଭାପତି ହେବେ ପ୍ରଣବ ପ୍ରକାଶ ଦାସ(Pranab Prakash Das OCA President) । ଶୁକ୍ରବାର ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀ ହୋଇନାହାନ୍ତି । ତେଣୁ କେବଳ ଔପଚାରିକ ଭାବେ ସଭାପତି ରୂପେ ପ୍ରଣବଙ୍କ ନାମ ଘୋଷଣାକୁ ଅପେକ୍ଷା ରହିଛି । ତେବେ ସଭାପତି ବ୍ୟତୀତ ଓସିଏର ଅନ୍ୟ ୫ଟି ପଦ ପାଇଁ ମଧ୍ୟ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିପକ୍ଷ ଦଳରୁ କେହି ସେମାନଙ୍କ ପ୍ରାର୍ଥୀତ୍ବକୁ ଚ୍ୟାଲେଞ୍ଜ କରିନାହାନ୍ତି ।

OCA Polls: ଓସିଏର ନୂଆ ସଭାପତି ପ୍ରଣବ ପ୍ରକାଶ, ଔପଚାରିକ ଘୋଷଣାକୁ ଅପେକ୍ଷା

ସୂଚନା ଅନୁଯାୟୀ, ଓସିଏ(OCA Polls)ର ୬ଟି ପଦ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ହୋଇଥିଲା । ସବୁ ପଦ ପାଇଁ ଜଣେ ଲେଖାଏଁ ବ୍ୟକ୍ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସମସ୍ତଙ୍କ ପ୍ରାର୍ଥିତ୍ବ କାଏମ ରହିଲେ ଆସନ୍ତା ୨୮ ତାରିଖରେ ଔପଚାରିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା ହେବ । ଏଥିରୁ ସ୍ପଷ୍ଟ ହେଉଛି ଯଦି କୌଣସି ସଞ୍ଜୟ ବେହେରା ପ୍ୟାନେଲରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ନ କରନ୍ତି କିମ୍ବା ଆପତ୍ତିଜନକ ଅଭିଯୋଗ ନ ଆସେ ତେବେ ତାଙ୍କର ପ୍ୟାନେଲ ପୁଣି ଥରେ ଓସିଏ କବଜା କରିବ । ଯାହାର ମଙ୍ଗ ଧରିବେ ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ।

ଏହାମଧ୍ୟ ପଢନ୍ତୁ: OCA ନିର୍ବାଚନ କାଉଣ୍ଟଡାଉନ, ନାମାଙ୍କନ ଦାଖଲ ଆରମ୍ଭ

ଶୁକ୍ରବାର ନାମାଙ୍କନ ପରେ ଆସନ୍ତା ୨୮ରେ ନିର୍ବାଚନୀ ଫଳାଫଳ ବାହାରିବ । ସେହି ଦିନ ଓସିଏରେ ନୂଆ କମିଟି ଆସିବ । ତେବେ ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ, ସମ୍ପାଦକ ପଦ ପାଇଁ ସଂଜୟ ବେହେରା, କୋଷାଧ୍ୟକ୍ଷ ପାଇଁ ବିକାଶ ପ୍ରଧାନ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ ଓ କାଉନସିଲ ସଭ୍ୟ ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Oct 22, 2022, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.