ETV Bharat / state

ହାଇକୋର୍ଟରେ ପ୍ରଦୀପଙ୍କ ଭିଜିଲାନ୍ସ ତଦନ୍ତ ମାମଲାର ପୁନର୍ବିଚାର, ଲୋକାୟୁକ୍ତର ରିଭ୍ୟୁ ପିଟିସନ ଦାଖଲ - Pradeep's vigilance probe in High Court

ଫେବ୍ରୁଆରୀ ୩ରେ ହାଇକୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ୨୦୨୦, ଡିସେମ୍ବର ୧୧ରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶକୁ ଖାରଜ କରିଥିଲେ। ଏହି ରାୟର ପୁନଃବିଚାର କରିବାକୁ ଲୋକାଯୁକ୍ତଙ୍କ ନିକଟରେ ରିଭ୍ୟୁ ପିଟିସନ ଦାଖଲ ।

ହାଇକୋର୍ଟରେ ପ୍ରଦୀପଙ୍କ ଭିଜିଲାନ୍ସ ତଦନ୍ତ ମାମଲାର ପୁନର୍ବିଚାର

author img

By

Published : Feb 28, 2021, 10:12 AM IST

କଟକ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଫେବୃଆରୀ ୩ ରେ ପ୍ରଦାନ କରାଯାଇଥିବା ରାୟର ପୁନର୍ବିଚାର ପାଇଁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ହାଇକୋର୍ଟରେ ଦାଖଲ ହୋଇଛି ରିଭ୍ୟୁ ପିଟିସନ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରୀ ୩ରେ ହାଇକୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ୨୦୨୦, ଡିସେମ୍ବର ୧୧ରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶକୁ ଖାରଜ କରିଥିଲେ।

ଏଥିସହିତ ଦୁର୍ନୀତିଗ୍ରସ୍ତ ଉପାୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ପ୍ରସଙ୍ଗରେ ପ୍ରଦୀପଙ୍କ ବିରୋଧରେ ଆପତତଃ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ରହିଥିବା ମନ୍ତବ୍ୟକୁ ହାଇକୋର୍ଟ ଖାରଜ କରିଥିଲେ। ଲୋକାୟୁକ୍ତଙ୍କ ଇନକ୍ବାରି ୱିଙ୍ଗ ପାଣିଗ୍ରାହୀଙ୍କ ବିରୋଧରେ କରିଥିବା ଅଭିଯୋଗର ତଦନ୍ତ କରିବ ବୋଲି ହାଇକୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ନେଇ ଭିଜିଲାନ୍ସ ଦାଖଲ କରିଥିବା ଅଭି‌ଯୋଗର ଲୋକାୟୁକ୍ତ ଶୁଣାଣି କରି ଫେବ୍ରୁଆରି ୧୨ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ୨୦୨୦, ଡିସେମ୍ବର ୧୧ରେ ଆଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.