ETV Bharat / state

Sea-shore Chitfund Scam: ଧର୍ମର ବିଜୟ ହେବ କହିଲେ ପ୍ରଭାତ, ଶୁଣାଣି ନହେବା ଯାଏଁ ଲଢିବେନି ନିର୍ବାଚନ

author img

By ETV Bharat Odisha Team

Published : Sep 24, 2023, 7:52 PM IST

ସିବିଆଇ ଚାର୍ଜଫ୍ରେମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଟକ-ଚୌଦ୍ଵାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ । ଧର୍ମର ବିଜୟ ହେବ କହି ଦମ୍ଭୋକ୍ତି ବାଢିବା ସହ ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

prabhat biswal statement after charge frame
ଧର୍ମର ବିଜୟ ହେବ କହିଲେ ପ୍ରଭାତ
ଧର୍ମର ବିଜୟ ହେବ କହିଲେ ପ୍ରଭାତ

କଟକ: ସିବିଆଇ ଚାର୍ଜଫ୍ରେମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଟକ-ଚୌଦ୍ଵାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ । ସେ କହିଛନ୍ତି, "ମାମଲା କୋର୍ଟରେ ବିଚାରଧୀନ ରହିଛି । ଆଇନ ତା' ବାଟରେ ଯାଉଛି ଏବଂ ଧର୍ମର ନିଶ୍ଚୟ ବିଜୟ ହେବ । ଏହା ଏକ ଜମିଜମା ମାମଲା । ଲାଞ୍ଚ କେହି କେବେ ଚେକରେ ନିଅନ୍ତିନି, ପୂର୍ବରୁ ହାଇକୋର୍ଟ ଯାଇଥିଲି । ୨ ମାସରେ ଚାର୍ଜଫ୍ରେମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବିଳମ୍ବ ହୋଇ ୬ ମାସ ପରେ ଗତକାଲି ଚାର୍ଜଫ୍ରେମ ହୋଇଛି । ସମୟ ବଡ଼ ବଳବାନ, ସମୟ ସବୁ କଥାର ଜବାବ ଦେବ ।" ଏହାସହ କାଗଜପତ୍ର ଟାମ୍ପରିଂ ନେଇ ସେ କହିଛନ୍ତି ଯେ, ଯେଉଁମାନେ ଟାମ୍ପରିଂ କରିଛନ୍ତି ତଦନ୍ତରେ ନିଶ୍ଚୟ ଧରାପଡିବେ ।

କଟକ-ଚୌଦ୍ଵାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳଙ୍କ ନାଁରେ ସିସୋର ଜମି କିଣାବିକା ମାମଲାରେ ଚାର୍ଜଫ୍ରେମ୍ ହୋଇଛି । ମାମଲା ଏବେ ଅଦାଲତରେ ବିଚାରାଧୀନ ଅଛି । ଏନେଇ ଆଜି ଗଣମାଧ୍ୟରେ ପ୍ରତିକ୍ରିୟା ରଖି ପ୍ରଭାତ କହିଛନ୍ତି, "ମୁଁ ଆଗରୁ କହିଥିଲି ଏବେ ମଧ୍ୟ କହୁଛି ସତ୍ୟର ବିଜୟ ହେବ । ଲୋକଙ୍କ ଭଲପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋ ପ୍ରତି ଅଛି । ୨୦୧୮ରେ ହାଇକୋର୍ଟରେ ମୋ ନାଁରେ ଥିବା ମାମଲା କ୍ୱାସିଂ କରିବା ପାଇଁ ହାଇକୋର୍ଟ ଯାଇଥିଲି ।"

ଏହା ବି ପଢନ୍ତୁ...ଦେବଗଡ଼ ବିଧାୟକଙ୍କ ବିରୁଦ୍ଧରେ ବିଧାୟକପାଣ୍ଠି ଦୁରୂପଯୋଗ ଅଭିଯୋଗ, ତଦନ୍ତ ଦାବିକଲା ବିଜେଡି

ଏହା ବି ପଢନ୍ତୁ...ADR ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, ଓଡ଼ିଶାରେ 64 ବିଧାୟକଙ୍କ ନାଁରେ ଅପରାଧିକ ମାମଲା

ସେ ଆହୁରି ମଧ୍ୟ କହିଛନ୍ତି, "ସିବିଆଇ ଏହି ମାମଲାର ଚାର୍ଜଫ୍ରେମ 2 ମାସ ମଧ୍ୟରେ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । 2 ମାସ ସମୟ ଅତିକ୍ରାନ୍ତ କରିସାରିବା ପରେ ଏବେ ସିବିଆଇ ଚାର୍ଜଫ୍ରେମ୍ କରୁଛି । ଆରମ୍ଭରୁ କହିଛି ଧର୍ମର ଜୟ ହେବ । ଚାର୍ଜଫ୍ରେମରେ ଠକେଇ ଷଡଯନ୍ତ୍ର ଭଳି ଦଫା ଲାଗିଛି । ହେଲେ ଏସବୁ ଅଭିଯୋଗର କେତେ ସତ୍ୟତା ରହିଛି ତାହା ଆଗକୁ କୋର୍ଟରେ ବିଚାର ହେବ ।" ସେପଟେ ନିର୍ବାଚନ ଲଢିବା ପ୍ରସଙ୍ଗକୁ ନେଇ ସେ କହିଛନ୍ତି ଯେ, ଚାର୍ଜଫ୍ରେମ ନେଇ ରାଜନୈତିକ କ୍ୟାରିୟରରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆଉ ମାମଲାର ଶୁଣାଣି ଶେଷ ନହେବା ଯାଏଁ ଭୋଟ୍ ରାଜନୀତିରେ ଅଂଶଗ୍ରହଣ କରିବେ ନାହିଁ ବୋଲି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.