ETV Bharat / state

ଫଳାଫଳ ପରେ ବି କମିନି ହିଂସା, ପୋଲିସ ଛାଉଣୀରେ ନିଆଳି

ବାହାରିଲା ନିର୍ବାଚନ ଫଳାଫଳ । ହେଲେ ଏବେ ବି କମିନି ହିଂସାକାଣ୍ଡ । ପ୍ରତିଶୋଧ ଓ ଶତ୍ରୁତାକୁ କେନ୍ଦ୍ର କରି ଚାଲିଛି ମାରପିଟ । ଏଥିଯୋଗୁଁ ନିଆଳି ଅନ୍ତର୍ଗତ ପୋଖରୀଗାଁରେ ଜଣେ ନାବାଳିକା ସମେତ 3 ଗୁରୁତର ଅଛନ୍ତି । ଏବେ ପୋଲିସ ଛାଉଣୀରେ ରହିଛି ନିଆଳି ।

author img

By

Published : May 27, 2019, 5:00 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ନିଆଳି ଅନ୍ତର୍ଗତ ପୋଖରୀଗାଁରେ ଦେଖାଦେଇଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ମାର-ପିଟ, ଧସ୍ତାଧସ୍ତି, ହଣାକଟାରେ ଉଠୁଛି ପଡୁଛି ଗାଁ । ଫଳାଫଳ ବାହାରିବା ପରେ ବି କମିନି ପ୍ରତିଶୋଧ ଓ ଶତ୍ରୁତାର ନିଆଁ । ଏହି ଆକ୍ରମଣରେ ଜଣେ ନାବାଳିକାଙ୍କ ସମେତ 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ସୂଚନା ଥାଉ ଯେ, ଆକ୍ରମଣକାରୀ ଗୋଷ୍ଠୀ ଜଣେ ବିଜେପି ସମର୍ଥକଙ୍କୁ ଘରୁ ଡାକି ଆଣି ମାଡ଼ ମାରିଛନ୍ତି । ଏହି ଘଟଣାରେ ଜଣେ ନାବାଳିକାଙ୍କ ସମେତ 3 ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ମୁଣ୍ଡ ଫାଟିଥିବାବେଳେ ଅନ୍ୟ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି । ଏହା ବ୍ୟତୀତ ହିଂସାକାଣ୍ଡରେ ନାବାଳିକାଙ୍କ ହାତ ଭାଙ୍ଗିଯାଇଛି ।

ଗୁରୁତରଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲାବେଳେ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ପରିସ୍ଥିତିକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

dfgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.