ETV Bharat / state

ଭଗବାନ ଭରସାରେ ନିର୍ମାଣ ହେଉଛି ଆଦର୍ଶ ବିଦ୍ୟାଳୟ, ହାତ ମାରିଲେ କାନ୍ଥରୁ ଖସୁଛି ବାଲି ସିମେଣ୍ଟ୍‌ - ମୂଳଦୁଆ ନ ପଡୁଣୁ କାନ୍ଥରେ ଫାଟ

ଆଠ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣଧିନ ଆଦର୍ଶ ବିଦ୍ୟାଳୟର ନିର୍ମାଣ ଆରମ୍ଭରୁ କାନ୍ଥରେ ଫାଟ । ସମୟସୀମା ଶେଷ ପରେ ବି ମନ୍ଥର ଗତିରେ ଚାଲିଛି କାର୍ଯ୍ୟ । ବିଦ୍ୟାଳୟର ସ୍ଥାୟୀତ୍ବ ନେଇ ପ୍ରଶ୍ନ କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ନିର୍ମାଣ ଆରମ୍ଭରୁ କାନ୍ଥରେ ଫାଟ
ନିର୍ମାଣ ଆରମ୍ଭରୁ କାନ୍ଥରେ ଫାଟ
author img

By

Published : Jul 27, 2023, 8:33 PM IST

ନିର୍ମାଣ ଆରମ୍ଭରୁ କାନ୍ଥରେ ଫାଟ

ନିଆଳି: ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଉନ୍ନତମାନର ଶିକ୍ଷା ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ମଧ୍ୟ ସରକାକ ଖର୍ଚ୍ଚ କରୁଛନ୍ତି କୋଟିକୋଟି ଟଙ୍କା । ହେଲେ ଆର୍ଦଶ ବିଦ୍ଯାଳୟର ନିର୍ମାଣକୁ ନେଇ ଏବେ ଉଠିଛି ପ୍ରଶ୍ନ । ସ୍କୁଲରେ ନିର୍ମାଣରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ବେଳେ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ । ନିର୍ମାଣ ଆରମ୍ଭରୁ କାନ୍ଥରେ ବଡ଼ବଡ଼ ଫାଟ ଦେଖିବାକୁ ମିଳିଛି । ଏହାସହ ବର୍ଷବର୍ଷ ଧରି ନିର୍ମାଣ କାର୍ଯ୍ଯ ଆଳରେ ଠିକା ସଂସ୍ଥା ଠକୁଥିବା ଅଭିଯୋଗ ହୋଇଛି । ଏପରି ଘଟଣା ସାମ୍ନାକୁ ଅସିଛି ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତ ଟୋଲା ଗୋପୀନାଥ ଅଞ୍ଚଳରେ ।

ଲଗାଯାଇଥିବା ଫଳକ ଅନୁଯାୟୀ କାର୍ଯ୍ୟ ଗତ ବର୍ଷ ଏପ୍ରିଲ ମାସ ୨୨ ତାରିଖରେ ଆରମ୍ଭ ହୋଇ ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖ ଦିନ ସରିବା କଥା । ହେଲେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବାରୁ ନିର୍ମାଣ କାର୍ଯ୍ୟର ସମୟ ସୀମାକୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଠିକା ସଂସ୍ଥା ବୃଦ୍ଧି କରିଛି । ଫଳରେ 8 କୋଟି ବ୍ୟୟ ଅଟକଳରେ କରାଯାଇଥିବା ଆଦର୍ଶ ବିଦ୍ୟଳୟର ବଜେଟ ଏବେ 9 କୋଟିରେ ପହଞ୍ଚିଛି । ସରକାରୀ ସଂସ୍ଥା କଟକ ପିଡବ୍ଲୁଡି ଅଧିନରେ ଆଦର୍ଶ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ତଦାରଖ ଦାୟିତ୍ବରେ ରହିଛି । ଏଠାରେ ଜଣେ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ନିର୍ମାଣ କାର୍ଯ୍ୟକୁ ଅନୁଧ୍ଯାନ କରିବା ଦାୟିତ୍ବରେ ରହିଛନ୍ତି । ହେଲେ ସ୍କୁଲ କାର୍ଯ୍ୟ ତଦାରଖ ପାଇଁ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀ ଅସୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, "ଏହି ଆଦର୍ଶ ବିଦ୍ୟାଳୟ ତୃତୀୟ ମହଲା ବିଶିଷ୍ଟ ହେବା ନେଇ ଇଞ୍ଜିନିୟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ମାତ୍ର କାର୍ଯ୍ୟଟି ପ୍ରଥମ ମହଲା ଶେଷ ହୋଇଛି । ବିଦ୍ୟାଳୟ ପ୍ରବେଶ ପଥର ଡାହାଣ ପାର୍ଶ୍ଵର ଦୁଇଟି ସ୍ଥାନ ମାଟିରେ ଧସିବା ସହ ବଡ଼ବଡ଼ ସୃଷ୍ଟି ହୋଇଛି । କାର୍ଯ୍ୟ ଶେଷ ନହେଉଣୁ ଟୋଲା ଗୋପୀନାଥପୁର ଆଦର୍ଶ ବିଦ୍ୟାଳୟ ଏପରି ଅବସ୍ଥା ।" ଏପରି କି ମୂଳଦୁଆ କାର୍ଯ୍ୟ ସମୟରେ କାର୍ଯ୍ୟଟିକୁ ଅବହେଳା ଯୋଗୁଁ ଫାଟ ସୃଷ୍ଟି ହୋଇଛି ଯାହା ପାଇଁ ଉଭୟ ଆର୍‌ ଆଣ୍ଡ ବି ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଓ ଠିକା ସଂସ୍ଥା ଦାୟୀ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଠିକା ସଂସ୍ଥାର ସୁପରଭାଇଜର ପ୍ରିୟବ୍ରତ ମହାନ୍ତି କହିଛନ୍ତି,"ବିଦ୍ୟାଳୟର ଡିଜାଇନ୍ ବିଳମ୍ବରେ ମିଳିଲା ଏବଂ କାର୍ଯ୍ୟଟି ହେବାକୁ ବିଳମ୍ବ ହେଲା । ହାଲକା ଭାବରେ ଫାଟ ସୃଷ୍ଟି ହୋଇଛି । ମାଟିର ସମସ୍ୟା କାରଣରୁ ଏପରି ଫାଟ ସୃଷ୍ଟି ହୋଇଛି । ଏହାକୁ ତୁରନ୍ତ ମରାମତି କରାଯିବ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.