ETV Bharat / state

ରଜରେ ରାଜନୀତି, ଜମିଲାଣି ନିର୍ବାଚନୀ ମାହୋଲ

author img

By

Published : Jun 17, 2023, 5:32 PM IST

ସାରା ରାଜ୍ୟରେ ରଜର ମାହୋଲ । ଏହାର ଫାଇଦା ଉଠାଇବାକୁ ରାଜନୈତିକ ଦଳର ନେତାମାନେ ମଧ୍ୟ ଭୁଲିନାହାନ୍ତି । କଟକରେ ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଆୟୋଜିତ ହେଉଛି ରଜ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ରଜ ମଉଜ ଆଳରେ ସମର୍ଥନ ସାଉଁଟିବାରେ ବ୍ୟସ୍ତ ନେତାମାନେ । ଅଧିକ ପଢ଼ନ୍ତୁ

କଟକରେ ଜମିଲାଣି ନିର୍ବାଚନୀ ମାହଲ
କଟକରେ ଜମିଲାଣି ନିର୍ବାଚନୀ ମାହଲ
କଟକରେ ଜମିଲାଣି ନିର୍ବାଚନୀ ମାହଲ

କଟକ: କଟକ ସହରରେ ଏବେ ଯେତିକି ଗ୍ରୀଷ୍ମ ପ୍ରବାହ, ସେତିକି ନିର୍ବାଚନୀ ତାତି । ସିଲ୍‌ଭର ସିଟିରେ ଏବେଠାରୁ ବାରି ହୋଇପଡ଼ିଲାଣି ନିର୍ବାଚନୀ ଉଷ୍ମତା । ସମସ୍ତ ରାଜନୈତିକ ଦଳ ଏବେ ସଙ୍ଗଠନ ସଜାଡ଼ିବାରେ ବ୍ୟସ୍ତ । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ଲୋକଙ୍କ ନିକଟତମ ହେବାକୁ ଚାହୁଁଛନ୍ତି ନେତା ମାନେ । ସବୁଠାରୁ ବଡ଼ କଥା ହେଉଛି, ପୂଜା ପାର୍ବଣ ଭଳି ସୁଯୋଗକୁ ବେଶ ସଦୁପଯୋଗ କରି ସଙ୍ଗଠନ ବଢାଇବାକୁ ଚେଷ୍ଟା କରୁଛନ୍ତି ନେତା ମାନେ । ଏହାରି ଭିତରେ ସାରା ରାଜ୍ୟରେ ଏବେ ରଜର ମାହୋଲ । ଏହାକୁ ନେଇ ବିଜେଡି ଓ କଂଗ୍ରେସ ନେତା ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ସହ ରଜ ପାଳୁଥିବା ଦେଖିବାକୁ ମିଳିଛି । ହେଲେ ଏହି କ୍ଷେତ୍ରରେ ବିଜେପି ପଛରେ ପଡ଼ିଯାଇଥିବା ଦେଖିବାକୁ ମିଳିଛି ।

ରଜରେ ରାଜନୀତି: କେବେ ହେବ ସାଧାରଣ ନିର୍ବାଚନ ! ଏନେଇ କାହା ପାଖରେ କୌଣସି ବି ସୂଚନା ନାହିଁ । ମାତ୍ର ଏବେଠାରୁ ବାରି ହୋଇପଡ଼ିଲାଣି ନିର୍ବାଚନୀ ଉଷ୍ମତା । ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ନିର୍ବାଚନ ପାଇଁ ପାଗ ବି ଗରମ । ଏକଥା ଆମେ କହୁ ନାହୁଁ, ଏକଥା ରାଜନେତାଙ୍କ ରଜ ପାଳନର ଦୃଶ୍ୟ ଦେଖିଲେ ଆପଣ ସହଜରେ ବୁଝି ପାରିବେ । ରଜରେ ରାଜନୈତିକ ଫାଇଦା ନେବା ପାଇଁ ଲୋକଙ୍କ ନିକଟତର ହେଉଛନ୍ତି ରାଜନେତା । ରଜ ମଉଜ କେବଳ ବାହାନା । ସେ ସହରର ସାହି ହେଉ କିମ୍ବା ବସ୍ତି, ଲୋକଙ୍କ ପାଖରେ ପହଞ୍ଚି ଦୋଳି ଖେଳିବା ସହ, ପିଠା ପାନ ଖାଇ ସମର୍ଥନ ସାଉଁଟିବାରେ ବ୍ୟସ୍ତ ନେତାମାନେ । ଯଦିଓ ପୂର୍ବରୁ ରଜ ପାଳନ ସମୟରେ ନେତା ମାନଙ୍କର ଦର୍ଶନ ମିଳେ ନାହିଁ, ଏବେ କିନ୍ତୁ ଭୋଟ ପାଇଁ ପ୍ରବଳ ଗରମରେ ରଜ ମୌଜ ପାଳନ କରୁଛନ୍ତି ନେତା । କେବଳ ସେତିକି ନୁହେଁ, ନେତା ମାନେ ଏବେଠାରୁ ବି ପରୋକ୍ଷ ଭାବରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲେଣି । ଆଉ ସିଧାସଳଖ ଏଥର ନିର୍ବାଚନରେ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଲେଣି ।

ମୋକିମଙ୍କୁ ଦୋଳିରେ ଝୁଲାଇଦେଲେ ସୁବାସ: ସେପଟେ କଟକ ମେୟର ସୁବାସ ସିଂଙ୍କ ରଜ ପାଳନ ଟିକେ ନିଆରା ଥିଲା । ଗୋଟିଏ ଦୋଳିରେ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ଅନ୍ୟ ଦୋଳିରେ ଚୌଦ୍ବାର ବିଧାୟକ ସୌଭିକ୍‌ ବିଶ୍ବାଳଙ୍କୁ ଝୁଲାଇ ଦେଉଥିଲେ ସୁବାସ । କଟକ ରାଜନୀତିରେ ଏହି ଦୃଶ୍ୟ ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ଯଦିଓ ସୁବାସ ବିଜେଡି ସମର୍ଥନରେ ନିର୍ବାଚିତ ହୋଇଛନ୍ତି, ମାତ୍ର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଦୋଳିରେ ଝୁଲାଇବା ରାଜନୀତି ପାଣିପାଗକୁ ଟିକେ ଗୋଳିଆ କରିଦେଇଛି । ସୁବାସ କୁଆଡେ ନିଜେ ଏହାକୁ ଆୟୋଜନ କରିଥିଲେ । ସହରର ସମସ୍ତ କର୍ପୋରେଟର ଏବଂ ବିଧାୟକ ମାନଙ୍କୁ ଡାକିଥିଲେ । କେବଳ ସେତିକି ନୁହେଁ, ବସ୍ତିରେ ଥିବା ଅନାଥଙ୍କ ପାଇଁ ୫୦୦ ଟଙ୍କିଆ କୁପନ ବ୍ୟବସ୍ଥା କରି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦୋକାନକୁ ନେଇ ଡ୍ରେସପତ୍ର କିଣାଇଥିଲେ ସୁବାସ । ଏହା ନିହାତି ଭାବରେ ସ୍ବାଗତଯୋଗ୍ୟ । ଏପରି କାମକୁ ସମସ୍ତେ ପ୍ରଶଂସା କରିବା କଥା । ମାତ୍ର ନିର୍ବାଚନ ପୂର୍ବରୁ ପ୍ରଥମ ଥର ଏପରି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ରାଜନୀତି ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ସହରରେ ଏବେ ସକ୍ରିୟ ହୋଇପଡିଛନ୍ତି ସମସ୍ତ ରାଜନୈତିକ ଦଳ । ଯଦିଓ ବିଜେଡି ଟିକେ ଏଥିରେ ଆଗରେ ରହିଛି, ତଥାପି କଂଗ୍ରେସ ଓ ବିଜେପି ସେମାନଙ୍କର ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିଦେଲେଣି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.