ETV Bharat / state

କଟକ ବିଜେଡିରେ ଫାଟ ! ବସ୍‌ ଟର୍ମିନାଲ୍‌ରେ ନିଯୁକ୍ତିକୁ ନେଇ ମେୟରଙ୍କୁ ଘେରିଲେ ଦଳୀୟ କର୍ମୀ

author img

By ETV Bharat Odisha Team

Published : Sep 10, 2023, 9:34 PM IST

Updated : Sep 10, 2023, 9:51 PM IST

ପଦାରେ ପଡ଼ିଲା କଟକ ବିଜେଡିର ଦଳୀୟ କନ୍ଦଳ । କଟକ ମେୟର ସୁବାସ ସିଂହଙ୍କୁ ଦଳୀୟ କର୍ମୀ ଘେରିବା ପରେ ଦଳୀୟ କନ୍ଦଳ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ

political battle in Cuttack bjd
ବିଜେଡିର ଦଳୀୟ କନ୍ଦଳ

ବିଜେଡିର ଦଳୀୟ କନ୍ଦଳ

କଟକ: କଟକ ବିଜେଡିରେ ଫାଟ ! କଟକ ମେୟର ସୁବାସ ସିଂହଙ୍କୁ ନେଇ ଦଳ ଭିତରେ ଫାଟ ଥିବା ବାରି ହୋଇପଡ଼ୁଛି । ଏକଥା ଆମେ କହୁ ନାହୁଁ ବରଂ କଟକ ମେୟରଙ୍କୁ ନିଜ ଦଳୀୟ କର୍ମୀ ଘେରିବା ଯାହାକି ଦଳ ଭିତରେ ସବୁ କିଛି ଠିକ ଚାଲି ନଥିବା ସ୍ପଷ୍ଟ କରିଛି । କଟକ ନେତାଜୀ ବସ୍‌ ଟର୍ମିନାଲ ଉଦଘାଟନ ପୂର୍ବରୁ ଦେଖାଦେଇଛି ଏହି ବିବାଦ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ନିଜର ଦଳୀୟ କର୍ମୀ ରାସ୍ତାରୋକ କରିବା ସହ ଏକ ରାଜ୍ୟ ବାହାରର ସଂସ୍ଥାକୁ କାହିଁକି ଠିକା ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟର ସର୍ବବୃହତ ବସ୍‌ଷ୍ଟାଣ୍ଡ ଉଦଘାଟନ ପୂର୍ବରୁ ବିଧାୟକ ସୌଭିକ ବିଶ୍ୱାଳ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମର୍ଥକ ମାନେ ଏହି ପ୍ରତିବାଦ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବାଦାମବାଡ଼ି ନେତାଜୀ ବସ ଟର୍ମିନାଲ ଉଦଘାଟନ ହେବା ପୂର୍ବରୁ ଆରମ୍ଭ ହୋଇଛି ବିବାଦ। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ରାସ୍ତାରୋକ ସହ ହୋ ହାଲ୍ଲା ଓ ପାଟିତୁଣ୍ଡ ଦେଖିବାକୁ ମିଳିଛି । ରାଜ୍ୟ ବାହାରର ଠିକା ସଂସ୍ଥାକୁ କାହିଁକି ନିଯୁକ୍ତି ଦାୟିତ୍ୱ ଦିଆଯାଇଛି ବୋଲି ପ୍ରଶ୍ନ କରିବା ସହ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି, ଏହି ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମର୍ଥକଙ୍କ ସହ ବିଜେଡିର କର୍ପୋରେଟର ଓ ବିଭିନ୍ନ ପଦ ପଦବୀରେ ଥିବା ନେତା ଏଥିରେ ସାମିଲ ଥିଲେ । ଗତ ଶୁକ୍ରବାର ଦିନ ମଧ୍ୟ ସୌଭିକ ବିଶ୍ବାଳଙ୍କ ସମର୍ଥକ ଓ ବିଜେଡି ନେତା ମଧ୍ୟ ସମାନ ଦାବି କରି ମେୟର ଓ କମିଶନରଙ୍କୁ ଘେରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ତେଜିଲା ନେତାଜୀ ବସ ଟର୍ମିନାଲରେ ନିଯୁକ୍ତି ବିବାଦ, ରାସ୍ତା ରୋକ୍ କଲେ ସ୍ଥାନୀୟ ଯୁବକ

ଆସନ୍ତା 16 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଉଦଘାଟନ କରିବେ । ଏହାପୂର୍ବରୁ ଦୁଇ ବିଜେଡି ନେତାଙ୍କ ସମର୍ଥକ କାହିଁକି ଏଭଳି ପ୍ରତିବାଦ କରୁଛନ୍ତି ତାକୁ ନେଇ ଅନେକ ଆଲୋଚନା ଓ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ସମର୍ଥନ ଜଣାଇଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ତରବରିଆ ଭାବେ କାହିଁକି ନିଯୁକ୍ତି ଦିଆଗଲା ଏବଂ ସ୍ଥାନୀୟ ଲୋକଙ୍କୁ ପ୍ରଥମେ ଅଗ୍ରାଧିକାର ଦେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି ।

ସିଡିଏ କର୍ତ୍ତୃପକ୍ଷ ବସ୍‌ଷ୍ଟାଣ୍ଡର ଦାୟିତ୍ୱରେ ଅଛନ୍ତି ଏହାର ପୁନଃବିଚାର କରାଯାଉ ବୋଲି ସେ କହିଛନ୍ତି । ତେବେ ଆନ୍ଦୋଳନ ସମୟରେ ମେୟର ସୁବାସ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଓ ବିଜେଡି ନେତାଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତା କାମ ଶେଷ ହୋଇନଥିବାବେଳେ ଆହୁରି ଅନେକ କାମ ମଧ୍ୟ ବାକି ଅଛି । ସମ୍ପୂର୍ଣ୍ଣ କାମ ଶେଷ ହୋଇନଥିବାରୁ ଏହାକୁ ଉଦଘାଟନ କରିବା ପାଇଁ କାହିଁକି ଏତେ ବ୍ୟସ୍ତ ପ୍ରଶାସନ ବୋଲି ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, କଟକ

Last Updated : Sep 10, 2023, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.