ETV Bharat / state

ମକରରେ ମାଞ୍ଜା ସୂତାକୁ ନା, ଖୋଲା ସ୍ଥାନରେ ଉଡାନ୍ତୁ ଗୁଡି

author img

By ETV Bharat Odisha Team

Published : Jan 14, 2024, 6:55 PM IST

Kite Manja Thread: ମକର ସଂକ୍ରାନ୍ତିରେ କଟକରେ ଗୁଡ଼ି ଉଡ଼ା ପରମ୍ପରା କାହିଁ କେତେ କାଳରୁ ରହି ଆସିଛି । ଚଳିତ ବର୍ଷ ମକରରେ କଟକ ସହରରେ ହଜାର ହଜାର ସଂଖ୍ୟାରେ ଗୁଡ଼ି ଉଡିବାକୁ ଥିବାରୁ ଖୋଲା ପଡ଼ିଆକୁ ଯାଇ ଗୁଡ଼ି ଉଡାଇବାକୁ ପୋଲିସ ନିବେଦନ କରିଛି । ଅଧିକ ପଢ଼ନ୍ତୁ

ଖୋଲାସ୍ଥାନରେ ଗୁଡି ଉଡେଇବାକୁ ନିବେଦନ କଲା ପୋଲିସ

କଟକ: ରାତି ପାହିଲେ ମକର ସଂକ୍ରାନ୍ତି, ଆଉ ମକର ସଂକ୍ରାନ୍ତିରେ କଟକରେ ଗୁଡ଼ି ଉଡ଼ା ପରମ୍ପରା କାହିଁ କେତେ କାଳରୁ ରହି ଆସିଛି । ପ୍ରାୟତଃ ଗୁଡି ଉଡାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମାଞ୍ଜା ସୂତା ଯୋଗୁଁ ଅନେକ ଦୁର୍ଘଟଣା ଓ ଜୀବନ ଯାଉଥିବାରୁ ନଜିର ରହିଛି । ଏହାକୁ ନେଇ ଗୁଡି଼ରେ ପ୍ଲାଷ୍ଟିକ ସୂତା ବ୍ୟବହାର ନକରିବାକୁ ତାଗିଦ କରିଛି କମିଶନରେଟ ପୋଲିସ ।

ତେବେ ଆସନ୍ତାକାଲି ମକର ସଂକ୍ରାନ୍ତି ଉପରକ୍ଷେ ଲୋକମାନେ ଗୁଡ଼ି ଉଡ଼ାଇବେ । ପ୍ରତିବର୍ଷ ଗୁଡ଼ି ଉଡ଼ାରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ମାଞ୍ଜା ସୂତା ଯୋଗୁଁ ଏନେକ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । ଚଳିତ ବର୍ଷ ମକରରେ କଟକ ସହରରେ ହଜାର ହଜାର ସଂଖ୍ୟାରେ ଗୁଡ଼ି ଉଡିବାକୁ ଥିବାରୁ ଖୋଲା ପଡ଼ିଆକୁ ଯାଇ ଗୁଡ଼ି ଉଡାଇବାକୁ ପୋଲିସ ନିବେଦନ କରିଛି । ଏହାଛଡା ଯେଉଁ ସବୁ ଦୋକାନ ଗୁଡିକ ଏ ପ୍ରକାର ସୂତା ବିକ୍ରି କରୁଛନ୍ତି ସେଠି ବ୍ୟାପକ ଚଢ଼ାଉ କରାଯାଉଛି । ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି ବୋଲି କହିଛନ୍ତି କଟକ ଡିସିପି ।

ଏନେଇ ଡିସିପି କଟକ ପିନାକ ମିଶ୍ର କହିଛନ୍ତି, "ଗୁଡ଼ି ଉଡ଼ାରେ ବ୍ୟବହାର କରାଯାଉଥିବା ମାଞ୍ଜା ସୁତା ଘାତକ ହୋଇଥାଏ । ଗୁଡି଼ସୂତା ଲାଗି ଆହତ ହୋଇଥିବା ଭଳି ଦୁଇ ତିନିଟି ଘଟଣା ସାମ୍ନାକୁ ଆସିଲାଣି । ଏନେଇ ଯେଉଁ ଅଞ୍ଚଳରେ ଏଭିଳି ସୂତା ବିକ୍ରି କରାଯାଉଛି ସେହି ଅଞ୍ଚଳରେ ସଚେତନ କରିବା ପାଇଁ ପୋଲିସ ଷ୍ଟେସନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜନବସତି ଅଞ୍ଚଳକୁ ଛାଡ଼ି ଖୋଲା ପଡ଼ିଆମାନଙ୍କରେ ଗୁଡି ଉଡ଼ାଇବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏନେଇ ଯେପରି ଜନବସତି ଅଞ୍ଚଳରେ ଗୁଡ଼ି ଉଡ଼ାନଯାଏ ଏଥିପ୍ରତି କଡ଼ା ନଜର ରଖିବାକୁ ଥାନା ଗୁଡ଼ିକୁ କୁହାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ......ମାନିଲେନି ଅମାନିଆ: କଟକ ଆକାଶରେ ଉଡିଲା ମାଞ୍ଜା ସୂତାର ଗୁଡି, ଜଣେ ଗିରଫ

ତେବେ ଗତ କିଛିଦିନ ପୂର୍ବରୁ କଟକ ସହରରେ ଆରମ୍ଭ ହୋଇଗଲାଣି ଗୁଡି ଉଡାର ମାହୋଲ । କଟକ ଖାନନଗର ଟ୍ରାଫିକ ଛକ ମାଞ୍ଜା ସୂତାରେ ଜଣେ ସାମ୍ବାଦିକଙ୍କ ବେକରେ ଲାଗିଥିଲା । କିଛି ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସାମ୍ବାଦିକ । କିଛି ବର୍ଷ ମଧ୍ୟରେ ମଞ୍ଜା ସୂତାର ବ୍ୟବହାର କରି ଅନେକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି । ତେଣୁ ବର୍ତ୍ତମାନ ସମୟରେ ରାସ୍ତା କଡରେ ଗୁଡ଼ି ଉଡେଇ ଥିବା ଛୋଟ ପିଲା ଓ ବ୍ୟକ୍ତିମାନେ ଏହି ଦିଗରେ ଧ୍ୟାନ ଦେବା ପାଇଁ ପୋଲିସ ନିବେଦନ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.