କଟକ: ବର୍ଷ ବର୍ଷ ଧରି ଦଲାଲଙ୍କ କବଜାରେ ଥିବା ବେଆଇନ ବାଲିଘାଟ ଉପରେ ଚଢଉ କରିଛି ପ୍ରଶାସନ । କଟକ ସଦର ବାଲିକୁଦା ଅଞ୍ଚଳରେ ବେଆଇନ ଭାବେ ବାଲି ତାଲାଣ ହେଉଥିବା ଆଗରୁ ଅଭିଯୋଗ ହୋଇ ଆସିଥିବା ବେଳେ ଚଢାଉ କରିଛି କମିଶନରେଟ ପୋଲିସ । ଚଢାଉ କରି ପୋଲିସ 7 ଟି ଟ୍ରାକ୍ଟର ଜବତ କରିବା ସହ 11 ଜଣକୁ ଅଟକ ରଖିଛି ।
ତେବେ ଏହି ଘଟଣାରେ ଆଉ କେଉଁ ମାନଙ୍କ ନାଁ ରହିଛି ତାହାକୁ ମଧ୍ୟ ଖୋଲତାଡ଼ କରୁଛି ପୋଲିସ । ଏନେଇ ଏଧିକ ସୂଚନା ପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ