କଟକ: ହାଡ଼ିଆ ମର୍ଡର ମିଷ୍ଟ୍ରି ଉପରୁ ଉଠିଲା ପରଦା । ପୋଲିସ ହ୍ୟାଣ୍ଡକପରେ ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକ । ଅନ୍ୟଜଣେ ଅଭିଯୁକ୍ତ ଦୀପକ ମଲ୍ଲିକ ଏବେ ବି ଫେରାର ଅଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।
ଗତବର୍ଷ 2020 ସେପ୍ଟେମ୍ବର 3 ତାରିଖ ସଂନ୍ଧ୍ୟା ସମୟରେ ହାଡ଼ିଆ ଉପରେ ହୋଇଥିଲା ଆକ୍ରମଣ । ଧାରୁଆ ଅସ୍ତ୍ରରେ ହାଡିଆ ଉପରେ ଆକ୍ରମଣ କାରଣରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହାଡିଆର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଏହି ଘଟଣାକୁ ଅନେକ ମାସ ପୁରିଥିଲେ ସୁଦ୍ଧା ଅଭିଯୁକ୍ତଙ୍କ ଟେର ପୋଲିସ ପାଉ ନଥିଲା ପୋଲିସ । ଶେଷରେ ପୋଲିସର ବହୁ ଖୋଳତାଡ ପରେ ପୋଲିସ ରାଡ଼ାରକୁ ଆସିଥିଲା ଶାନ୍ତନୁ ।
ଶେଷରେ ଆଜି(ବୁଧବାର) ଶାନ୍ତନୁକୁ ଗିରଫ କରିବା ସହ ହତ୍ୟା ସମୟରେ ବ୍ୟବହୃତ ଏକ ଲୁହା ପାଇପ ଓ ଭୁଜାଲି ମଧ୍ୟ ଜବତ କରିଛି ପୋଲିସ । ତେବେ ଆଜି ଗିରଫ ପରେ ଶାନ୍ତନୁକୁ କୋର୍ଟଚାଲାଣ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ