ETV Bharat / state

ପୋଲିସକୁ ପୋଲିସର ଦୁର୍ବ୍ୟବହାର ! ଡିଜିଙ୍କୁ ନ୍ୟାୟ ମାଗିଲେ ପରିବାର - ଡିଜିଙ୍କୁ ନ୍ୟାୟ ମାଗିଲେ ପୋଲିସ ପରିବାର

ପୋଲିସ କର୍ମଚାରୀଙ୍କ ପରିବାର ଲୋକେ ଡ଼ିଜିଙ୍କ ନିକଟରେ ନ୍ୟାୟ ପାଇଁ ପ୍ରାର୍ଥନା କରିଛନ୍ତି । ସେମାନେ ପୋଲିସ ବିଭାଗ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ପୋଲିସକୁ ପୋଲିସର ଦୁର୍ବ୍ୟବହାର, ଡିଜିଙ୍କୁ ନ୍ୟାୟ ମାଗିଲେ ପରିବାର

author img

By

Published : Apr 8, 2022, 5:48 PM IST

କଟକ: ପୋଲିସ କର୍ମଚାରୀଙ୍କ ପରିବାର ଲୋକେ ଡ଼ିଜିଙ୍କ ନିକଟରେ ନ୍ୟାୟ ପାଇଁ ପ୍ରାର୍ଥନା କରିଛନ୍ତି । ସେମାନେ ପୋଲିସ ବିଭାଗ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

ପୋଲିସକୁ ପୋଲିସର ଦୁର୍ବ୍ୟବହାର, ଡିଜିଙ୍କୁ ନ୍ୟାୟ ମାଗିଲେ ପରିବାର

ଭଦ୍ରକ ପୋଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ବୈକୁଣ୍ଠ ଦାସ ତାଙ୍କର ପରିବାର ସହ ପୋଲିସ କଲୋନୀରେ ରହନ୍ତି । ଗତ ୨୫ ତାରିଖରେ ଲୁଗା ଶୁଖାଇବାକୁ ନେଇ ତାଙ୍କ ସହ ପଡିଶା ଘର ସହ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ଭଦ୍ରକ ଥାନାରେ ଏକ ଅଭିଯୋଗ ହୋଇଥିଲା । କିନ୍ତୁ ସେ ସମୟରେ ଥାନା ଅଧିକାରୀ ଓ ଅନ୍ୟ ଏସଆଇ ମାନେ ବୈକୁଣ୍ଠଙ୍କ ପ୍ରତି ଅତି ଖରାପ ବ୍ୟବହାର କରିଥିଲେ । ଯାହାଫଳରେ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ।

ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇ ଏକ ଘରୋଇ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ଅନ୍ୟପଟେ ପୋଲିସ ବିଭାଗରେ ଥାଇ ମଧ୍ୟ ଜଣେ କର୍ମଚାରୀଙ୍କୁ ନିର୍ଯାତନା ଦିଆଯିବା ଓ ତାଙ୍କୁ ମାନସିକ ଚାପ ପକାଇ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବାକୁ ବିରୋଧ ସହ ବୈକୁଣ୍ଠଙ୍କୁ ନ୍ୟାୟ ଦେବା ଦାବିରେ ତାଙ୍କର ପରିବାର ଲୋକେ କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚି ପୋଲିସ ଡ଼ିଜିଙ୍କୁ ନିବେଦନ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.