ETV Bharat / state

କଟକରେ ଛାତ୍ରୀଙ୍କୁ ଜଳାଇବା ଘଟଣା, ଟେର ପାଉନି ପୋଲିସ - କଟକରେ ଛାତ୍ରୀଙ୍କୁ ନିଆଁ ଲଗାଇବା ଘଟଣା

କଟକରେ ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇବା ମାମଲା । ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ଅକ୍ଷମ ରହିଛି ପୋଲିସ । ଅଧିକ ପଢନ୍ତୁ...

କଟକରେ ଛାତ୍ରୀଙ୍କୁ ଜଳାଇବା ଘଟଣା, ଟେର ପାଉନି ପୋଲିସ

author img

By

Published : Mar 12, 2021, 6:49 PM IST

କଟକ: ସହରରେ ଜଣେ ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇବା ଘଟଣା । ହେଲେ ଏ ଯାଏଁ ବି ଏହି ଜଘନ୍ୟ କାଣ୍ଡର ଟେର ପାଉନାହିଁ ପୋଲିସ । ଘଟଣା ଘଟିବାର ସପ୍ତାହ ବିତିଥିଲେ ବି ଅପରାଧୀଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ପାରିନାହିଁ ।

କଟକରେ ଛାତ୍ରୀଙ୍କୁ ଜଳାଇବା ଘଟଣା, ଟେର ପାଉନି ପୋଲିସ

କିଏ ଏବଂ କାହିଁକି ଛାତ୍ରୀ ଜଣଙ୍କୁ ମାରିବାକୁ ଚେଷ୍ଟା କରିଥିଲା ? ଏକତରଫା ପ୍ରେମ ନାଁ ଆଉ କିଛି ? କିପରି ଘରେ ନିଆଁ ଲାଗିଲା ? ଛାତ୍ରୀଙ୍କ ହାତ ବନ୍ଧା ଯାଇଥିଲା କି ? ଯଦି ବନ୍ଧା ଯାଇଥିଲା କେତେ ଜଣ ଏହି ଘଟଣାରେ ସାମିଲ ଥିଲେ ? ଯେଉଁ ଦୂର ସମ୍ପର୍କୀୟଙ୍କ କଥା କୁହାଯାଉଛି କିଏ ଏମାନେ ? କାହିଁକି ଏପରି ଘଟାଇଲେ ? କେଉଁ ପ୍ରକାର ବିବାଦ ଏମାନଙ୍କ ମଧ୍ୟରେ ରହିଥିଲା ? । ଯେଉଁ କିଛି ଦୂର ସମ୍ପର୍କୀୟ ଲୋକଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରିଥିଲା କିଛି ତଥ୍ୟ ମିଳିପାରିଲା କି ? ନାଁ ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଛି ? ଏଭଳି ଅନେକ ପ୍ରଶ୍ନ ଉଠିଛି । ତେବେ ଏନେଇ କଟକ ଡିସିପି କହିଛନ୍ତି ତଦନ୍ତ ପ୍ରକ୍ରିୟା ଜାରି ରହିଛି । ମୋବାଇଲ ବିବରଣୀ ଜାଣିବା ପାଇଁ ଲ୍ୟାବକୁ ପଠାଯାଇଛି । ଏହା ଆସିଲେ ଘଟଣାର ପ୍ରକୃତ କଥା ଜଣାପଡିବ ବୋଲି ସେ ଜଣାଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.