ETV Bharat / state

ଡାକ୍ତରଙ୍କ ସୁରକ୍ଷା ବଡ କର୍ତ୍ତବ୍ୟ: ଡିଜି

author img

By

Published : Apr 8, 2020, 7:10 PM IST

ଡାକ୍ତରଙ୍କ ଉପରେ ଯେପରି କୌଣସି ଅପରାଧିକ ସ୍ଥିତି ନଉପୁଜେ ସେଥିପାଇଁ ରାଜ୍ୟର ସମସ୍ତ ଡିସିପି ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଅଧିକ ପଢନ୍ତୁ...

ଡାକ୍ତରଙ୍କ ସୁରକ୍ଷା ବଡ କର୍ତ୍ତବ୍ୟ: ଡିଜି
ଡାକ୍ତରଙ୍କ ସୁରକ୍ଷା ବଡ କର୍ତ୍ତବ୍ୟ: ଡିଜି

କଟକ: କୋରୋନା ବିରୋଧୀ ଯୁଦ୍ଧରେ ପ୍ରକୃତ ସୈନିକ ହେଉଛନ୍ତି ଡାକ୍ତର । ସେମାନଙ୍କ ସୁରକ୍ଷା ପୋଲିସର ବଡ କର୍ତ୍ତବ୍ୟ । ରାଜ୍ୟରେ ଡାକ୍ତର ଓ ଚିକିତ୍ସା ଦିଗରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

police DG orders officials to protect doctors
ଡାକ୍ତରଙ୍କ ସୁରକ୍ଷା ବଡ କର୍ତ୍ତବ୍ୟ: ଡିଜି

ଡାକ୍ତରଙ୍କ ଉପରେ ଯେପରି କୌଣସି ଅପରାଧିକ ସ୍ଥିତି ନଉପୁଜେ ସେଥିପାଇଁ ରାଜ୍ୟର ସମସ୍ତ ଡିସିପି ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ସୁରକ୍ଷା ପ୍ରତି ବେଶ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଅଭୟ । କାରଣ ବର୍ତ୍ତମାନ ସ୍ଥିତିରେ କୋରୋନା ସଂକ୍ରମଣ ରୋଗୀଙ୍କ ପରିବାରଲୋକେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ମାମଲା ସାମନାକୁ ଆସିଛି । ଯାହା ବେଶ ଦୁର୍ଭାଗ୍ୟଜନକ ବୋଲି ପୋଲିସ ଡିଜି କହିଛନ୍ତି ।

ତେବେ ଯଦି ବି କୌଣସି ଏପରି ମାମଲା ସାମନାକୁ ଆସୁଛି ସଙ୍ଗେ ସଙ୍ଗେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ । ଏହାସହ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ଡିଜି । ଏହି ଘଟଣାର ତଦନ୍ତକୁ ଜଣେ ଡିଏସପି କିମ୍ବା ବରିଷ୍ଠ ଅଧିକାରୀଙ୍କ ଦ୍ଵାରା ତଦାରଖ କରାଯିବ । ମାସେ ମଧ୍ୟରେ ଚାର୍ଜସିଟ ଓ ଚୂଡାନ୍ତ ଫର୍ମ ଦାଖଲ କରିବେ ଏସପି ଓ ଡିସିପି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.