କଟକ: ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ମାନଙ୍କୁ ଅଭୟ ବାଣୀ ପ୍ରଦାନ କଲେ ପୋଲିସ ଡିଜି ଅଭୟ । ମହିଳା ମାନଙ୍କ ସୁରକ୍ଷା ପାଇଁ ପୋଲିସ ସଦାସର୍ଵଦା ସଜାଗ ରହିଛି । କେବଳ ଆଜି ନୁହେଁ ବରଂ ବର୍ଷର ପ୍ରତ୍ୟେକ ଦିନକୁ ମହିଳା ଦିବସ ପାଳନ କରାଯିବା ଉଚିତ । ଏହାଛଡା ରାଜ୍ୟରେ ମହିଳା ପୋଲିସ ମଧ୍ୟ ବେଶ ଆଗରେ ରହିଛନ୍ତି ।
ବର୍ତ୍ତମାନ ସୁଦ୍ଧା 100 ରୁ ଅଧିକ ଥାନାରେ ମହିଳା ପୋଲିସ ଥାନା ଅଧିକାରୀ ଭାବେ କାମ କରୁଛନ୍ତି । ଯାହା ଏହା ଏକ ବଡ଼ ଉଦାହରଣ । ତେବେ ମହିଳାଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ନିର୍ମାଣ ହେଉଛି। ଆଉ ଆଗମୀ ଦିନରେ କୌଣସି ମହିଳା ଅସୁବିଧାର ସମୁଖୀନ ହେବେ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ