କଟକ: ରାସ୍ତା ଉପରେ ଅମାନିଆଙ୍କ ରାଜ । ଯେତେ ଫାଇନ ପଡି଼ଲେ ବି ମାନୁ ନାହାନ୍ତି ଅମାନିଆ ବାବୁ ମାନେ । ଫାଇନ ଦେବୁ ପଛେ ରାସ୍ତାରେ ବୁଲିବୁ ।
ତେବେ ବୁଧବାର କଟକର ବିଭିନ୍ନ ଚେକିଂ ଓ ବ୍ଳକିଙ୍ଗ ସ୍ଥାନରେ ଶତାଧିକ ଗାଡି ଚାଳକ ଗଣିଛନ୍ତି ତଣ୍ଡ । ଗୋଟିଏ ପଟେ ସାମଜିକ ଦୂରତ୍ବକୁ ଆଖିଠାର ତ ଅନ୍ୟପଟେ ମାସ୍କ ନପିନ୍ଧି ବଜାରକୁ ଆସିବା । ତେବେ ବୁଧବାର ମୋଟ 332 ଜଣ ମାସ୍କ ନପିନ୍ଧି ଗଣିଛନ୍ତି ତଣ୍ଡ । ସେହିପରି ସାମଜିକ ଦୂରତ୍ବ କଟକଣାକୁ ଉଲଙ୍ଘନ କରି 303 ଜଣ ଗଣିଛନ୍ତି ମୋଟା ଅଙ୍କର ଫାଇନ।
ତେବେ ଲକଡାଉନରେ ସମାନ୍ୟ କୋହଳ ପରେ ବି ସମାନ ଦୃଶ୍ୟ ନଜର ଆସୁଛି । ଯାହାର ଫାଇଦା ନେଉଛନ୍ତି ଅଭ୍ୟାସଗତ ଅମାନିଆ । ଦିନରେ କୋହଳ ପରେ ଯେଉଁ ଚିତ୍ର ରାତିରେ ହେଉଥିବା କର୍ଫୁକୁ ମଧ୍ୟ ଆଖିଠାର ମାରିବା ଆରମ୍ଭ କରିଦେଲେଣି ଅମାନିଆ ଦଳ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ