ETV Bharat / state

ଉଲ୍ଲଙ୍ଘନକାରୀଙ୍କ ଠୁ ବିନା ରସିଦରେ ଫାଇନ ନେଉଛି ପୋଲିସ !

author img

By

Published : Jul 31, 2020, 8:29 PM IST

Updated : Aug 1, 2020, 12:03 PM IST

କୋରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟରେ କୋଭିଡ କଟକଣା ଜାରି ରହିଛି । ନିୟମ ଉଲ୍ଲଙ୍ଘନ କଲେ ଅମାନିଆ ତଥା ଉଲ୍ଲଙ୍ଘନକାରୀଙ୍କ ଠାରୁ ଫାଇନ କାଟୁଛି ପୋଲିସ । ହେଲେ ଫାଇନ ଆଦାୟ କରିବା ପରିବର୍ତ୍ତେ ୫୦ ଟଙ୍କା ନେଇ ବିନା ରସିଦରେ ଅମାନିଆଙ୍କୁ ପୋଲିସ ଛାଡି ଦେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Police are fining without a receipt
ଉଲ୍ଲଂଘନକାରୀଙ୍କ ଠୁ ବିନା ରସିଦରେ ଫାଇନ ନେଉଛି ପୋଲିସ

କଟକ: କୋରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟରେ କୋଭିଡ କଟକଣା ଜାରି ରହିଛି । ନିୟମ ଉଲ୍ଲଂଘନ କଲେ ଅମାନିଆ ତଥା ଉଲ୍ଲଂଘନକାରୀଙ୍କ ଠାରୁ ଫାଇନ କାଟୁଛି ପୋଲିସ । ହେଲେ ସବୁଠୁ ବଡ କଥା ହେଉଛି ଫାଇନ ଆଦାୟ କରିବା ପରିବର୍ତ୍ତେ ୫୦ ଟଙ୍କା ନେଇ ବିନା ରସିଦରେ ଉଲ୍ଲଂଘନକାରୀଙ୍କୁ ପୋଲିସ ଛାଡି ଦେଉଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ଲାଲବାଗ ଥାନା ଅଞ୍ଚଳରୁ ।

ଲକଡାଉନ ସମୟରେ ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କ ଠାରୁ ଫାଇନ ଆଦାୟ କରି ରସିଦ ଦେବାର ନିୟମ ରହିଛି । କିନ୍ତୁ ଜଣେ ପୋଲିସ କର୍ମଚାରୀ ଫାଇନ ନେଇ ରସିଦ ଦେଇନଥିବା ଅଭିଯୋଗ ହୋଇଛି । ଜଣେ କି 2 ଜଣ ନୁହେଁ 3 ଜଣଙ୍କ ଠାରୁ ପୋଲିସ କର୍ମଚାରୀ ଏପରି କରିଥିବା ଅଭିଯୋଗ ଆଣିଛନ୍ତି ଫାଇନ ଦେଇଥିବା ବ୍ୟକ୍ତି । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ପୋଲିସ କର୍ମଚାରୀ ଜଣକ ୫୦ ଟଙ୍କା ଧରିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।

ତେବେ ପ୍ରଶ୍ନ ଉଠୁଛି ୫୦ ଟଙ୍କା ନେବାର କୌଣସି ବ୍ୟବସ୍ଥା ନଥିଲା ବେଳେ ସମ୍ପୃକ୍ତ ପୋଲିସ ବାବୁ କାହିଁକି ୫୦ ଟଙ୍କା ଗ୍ରହଣ କଲେ ? ଯଦି କଲେ ରସିଦ କାହିଁକି ଦେଲେ ନାହିଁ ? ସେ ଟଙ୍କା କୁଆଡେ ଗଲା ? ତେବେ ପୋଲିସର ହରକତ୍ ପରେ ଏମିତି ଅନେକ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି । ସେପଟେ ଏନେଇ କଟକ ଡିସିପିଙ୍କ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 1, 2020, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.