କଟକ : ଜୁନ ଯାଏଁ ସ୍କୁଲ ଫି ଛାଡ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପ୍ରସଙ୍ଗ । ଏ ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ସରକାର ନିଜ ପକ୍ଷ ରଖିବାକୁ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲକଡାଉନ ସ୍ଥିତିରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଜୁନ ପର୍ଯ୍ୟନ୍ତ ଫି ଛାଡ଼ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଏପରି ସଙ୍କଟ ସ୍ଥିତିରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଫି ଦେବା ପାଇଁ ଯେପରି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା ।
ଆବେଦନକାରୀ ନିଜ ଆବେଦନର ଦର୍ଶାଇଛନ୍ତି ଯେ, ଲକଡାଉନ ପାଇଁ ଅନେକ ଅଭିଭାବକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଫଳରେ ସେମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଶିକ୍ଷା ବର୍ଷରେ ଯେପରି କୌଣସି (ସରକାରୀ ଓ ବେସରକାରୀ) ଶିକ୍ଷାନୁଷ୍ଠାନ ଫି ବୃଦ୍ଧି କରିପାରିବେ ନାହିଁ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିବାକୁ ଆବେଦନକାରୀ ଅପିଲ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ