ETV Bharat / state

ଅପରାଧୀଙ୍କ ପାଇଁ ସିସିଟିଭି କବଜାରେ ସିଲଭରସିଟି - କଟକ ଖବର

ଦିନକୁ ଦିନ କଟକ ସହରରେ ବଢ଼ୁଛି ଅପରାଧ । ଗତ କିଛିଦିନରେ ସାଇକୋ କିଲର ଆତଙ୍କରେ ଆତଙ୍କିତ ହୋଇଛନ୍ତି ସହରବାସୀ । ତେବେ ଅପରାଧ ରୋକିବା ପାଇଁ ଏବେ ସିଲଭରସିଟିର ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି କ୍ୟାମେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 27, 2019, 7:04 PM IST

କଟକ: ସିଲଭରସିଟି ସାଜିଛି ଅପରାଧୀଙ୍କ ଚରାଭୁଇଁ । ରାତି ତ ରାତି ଦିନ ଦ୍ୱିପ୍ରହରରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ସହରବାସୀ । କିଛି ଦିନ ହେବ ସହରରେ ମାତିଛି ସାଇକୋ କିଲର । ଯିଏ ସହରବାସୀ ଓ ପୋଲିସବାବୁଙ୍କ ନିଦ ହଜାଇଦେଇଛି । ତେବେ ଏହିଭଳି ସଙ୍ଗିନ ଅପରାଧକୁ ରୋକିବା ପାଇଁ ସହରରେ ହେବ ସିସିଟିଭି ବ୍ୟବସ୍ଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସିସିଟିଭି ବ୍ୟବସ୍ଥା ନେଇ ରାଜ୍ୟସରକାର ମଞ୍ଜୁରୀ ପ୍ରଦାନ କରି ସାରିଛନ୍ତି । ଏହା ଦ୍ୱାରା ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି। ଏହାସହିତ ସିସିଟିଭି ଲାଗିବା ଦ୍ୱାରା ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ । ସ୍ପୀଡ଼ ଡିଟେକ୍ଟର, ନମ୍ବର ପ୍ଲେଟ ମ୍ୟାପିଂ ଆରମ୍ଭ ହେବା ଦ୍ବାରା ଗାଡି ଚାଳକ ଧୀର ଗତିରେ ଗାଡି ଚଳାଇବେ । ଯାହାଦ୍ୱାରା ଦୁର୍ଘଟଣାକୁ ରୋକା ଯାଇପାରିବ । ତେଣୁ ଏହି ବ୍ୟବସ୍ଥା ସହରରେ ଖୁବ ଶୀଘ୍ର ଉପଲବ୍ଧ ହେବ ବୋଲି କହିଛନ୍ତି କଟକ ଡିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ସିଲଭରସିଟି ସାଜିଛି ଅପରାଧୀ ଙ୍କ ଚରାଭୁଇଁ । ରାତି ତ ଦୂରର କଥା ଦିନ ଦ୍ୱି ପ୍ରହରରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ସହରବାସୀ । କିଛି ଦିନ ହେବ ସହର ରେ ମାତିଛି ସାଇକୋ କିଲର । ଯିଏ ସହର ବାସୀ ଓ ପୋଲିସବାବୁ ଙ୍କ ନିଦ ହଜାଇଦେଇଛି । ତେବେ ଏହିଭଳି ସଙ୍ଗିନ ଅପରାଧ କୁ ରୋକିବା ପାଇଁ ସହର ରେ ମୁତୟନ ହେବ ସିସିଟିଭି ବ୍ୟବସ୍ତା । ଏନେଇ ରାଜ୍ୟସରକାର ମଞ୍ଜୁରୀ ପ୍ରଦାନ କରି ସାରିଛନ୍ତି । ଯାହାଦ୍ୱାରା ଅପରାଧ କୁ ନିୟନ୍ତ୍ରଣ କରାଯାଇ ପାରିବ ।

Body:ଏହାସହିତ ସିସିଟିଭି ମୁତୟନ ହେବା ଦ୍ୱାରା ଦୁର୍ଘଟଣା କୁ ଏଡାଇ ଦିଆଯାଇପାରିବ । ସ୍ପୀଡ଼ ଡିଟେକ୍ଟର , ନମ୍ବର ପ୍ଲେଟ ମ୍ୟାପିଂ ଆରମ୍ଭ ହେବା ଦ୍ୱାରା ଗାଡି ଚାଳକ ମାନେ ମନ୍ଥର ଗତି ରେ ଗାଡି ଚଳାଇବେ । ଯାହାଦ୍ୱାରା ଦୁର୍ଘଟଣା କୁ ରୋକା ଯାଇପାରିବ। ତେବେ ଏହି ବ୍ୟବସ୍ଥା ସହର ରେ ଖୁବ ଶୀଘ୍ର ଉପଲବ୍ଧ ହେବ ବୋଲି କହିଛନ୍ତି କଟକ ଡିସିପି ।

ବାଇଟ: ଅଖିଳେଶ୍ଵର ସିଂ ( କଟକ ଡିସିପି )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.