ETV Bharat / state

ଆକାଶ ଛୁଆଁ ତୈଳ ଦର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲା ଆପ

ଦେଶରେ ଲଗାତାର ବୃଦ୍ଧି ପାଇବାରେ ଲାଗିଛି ଡିଜେଲ ଓ ପେଟ୍ରୋଲ ଦର । କୋରୋନା ସମୟରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ସାଜିଛି । ଯାହାକୁ ନେଇ ଆପ ଉଭୟ ସରକାରଙ୍କ ଉପରେ ବର୍ଷିଛି । ଅଧିକ ପଢନ୍ତୁ...

author img

By

Published : Jul 14, 2020, 1:19 PM IST

ଆକାଶ ଛୁଆଁ ତୈଳ ଦର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲା ଆପ
ଆକାଶ ଛୁଆଁ ତୈଳ ଦର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲା ଆପ

କଟକ: ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି ତୈଳ ଦର । ଏହି ଘଡିସନ୍ଧି ମୁହୂର୍ତ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ବେଶ ନିନ୍ଦାର ବିଷୟ ।

ଏହି ସମୟରେ ଲୋକମାନେ ଆର୍ଥିକ ଦୃଷ୍ଟି କୋଣରୁ ବେଶ ପ୍ରଭାବିତ। କିନ୍ତୁ ଉଭୟ ସରକାର ଏହି ଦିଗରେ ନିରବଦ୍ରଷ୍ଟା । ଯାହାକୁ ନେଇ ଏହି ଆଧାରରେ ଜାରି ରହିଛି ଆନ୍ଦୋଳନ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲା ଆମ ଆଦମୀ ପାର୍ଟି ।

ଅହେତୁକ ତୈଳ ଦର ବୃଦ୍ଧିକୁ ନିନ୍ଦା କରି ଉଭୟ ସରକାରଙ୍କୁ ଦୋଷାରୋପ କରିଛି ଦଳ । ତେବେ ଏହି ମୂଲ୍ୟ ହ୍ରାସ ନକଲା ପର୍ଯ୍ୟନ୍ତ ଦଳ ଏପରି ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ଆପ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.