ETV Bharat / state

ହାଇକୋର୍ଟରେ ଚିଟଫଣ୍ଡ କେଳେଙ୍କାରୀ ପ୍ରସଙ୍ଗ, ସମୟ ନେଲେ ଆବେଦନକାରୀ

author img

By

Published : Oct 13, 2022, 3:43 PM IST

ହାଇକୋର୍ଟରେ ଚିଟଫଣ୍ଡ କେଳେଙ୍କାରୀ ପ୍ରସଙ୍ଗ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସିବିଆଇ (CBI)ର ଏତଲା ଏବଂ ଚାର୍ଜସିଟ ରଦ୍ଦ ପାଇଁ ଆବେଦନ ମାମଲାରେ ହାଇକୋର୍ଟରେ ଆଜି ସମୟ ନେଇଛନ୍ତି ଆବେଦନକାରୀ । ଅଧିକ ପଢନ୍ତୁ

ହାଇକୋର୍ଟରେ ଚିଟଫଣ୍ଡ କେଳେଙ୍କାରୀ ପ୍ରସଙ୍ଗ, ସମୟ ନେଲେ ଆବେଦନକାରୀ
ହାଇକୋର୍ଟରେ ଚିଟଫଣ୍ଡ କେଳେଙ୍କାରୀ ପ୍ରସଙ୍ଗ, ସମୟ ନେଲେ ଆବେଦନକାରୀ

କଟକ: ହାଇକୋର୍ଟରେ ଚିଟଫଣ୍ଡ କେଳେଙ୍କାରୀ ପ୍ରସଙ୍ଗ (Chit Fund Scam case) । ମାମଲାରେ ସିବିଆଇ (CBI)ର ଏତଲା ଏବଂ ଚାର୍ଜସିଟ ରଦ୍ଦ ପାଇଁ ଚୌଦ୍ବାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ (BJD MLA Pravat Biswal)ଙ୍କ ଆବେଦନ ମାମଲାରେ ହାଇକୋର୍ଟରେ ଆଜି ସମୟ ନେଇଛନ୍ତି ଆବେଦନକାରୀ । ସେପଟେ ଜାନୁଆରୀ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ସିବିଆଇର ଏତଲା ଏବଂ ଚାର୍ଜସିଟ ରଦ୍ଦ ପାଇଁ ଆବେଦନ କରିଛନ୍ତି ଆବେଦନକାରୀ । ହାଇକୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ । ସିସୋର ମାମଲାରେ ଗିରଫ ହୋଇଥିଲେ ପ୍ରଭାତ ବିଶ୍ବାଳ । ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ । ଏହି ମାମଲାରେ ପ୍ରଭାତଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା । ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏହା ବି ପଢନ୍ତୁ- ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତି ଜବତ

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତଙ୍କ ଆକାଉଣ୍ଟକୁ ହୋଇଥିବା ଆର୍ଥିକ କାରବାର ଖୋଳତାଡ ବେଳେ ସାମ୍ନାକୁ ଆସିଥିଲା ପୁଞ୍ଜି ସ୍କାମର ଗୁମର । ଯାହାକୁ ଆଧାର କରି ସମ୍ପତ୍ତି ସିଜ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର ସୂଚନା ମୁତାବକ ୨୦୦୨ରେ କ୍ରାଇମବ୍ରାଞ୍ଚ EOW ଓ CBI ଚାର୍ଜସିଟି ଆଧାରରେ ଚୌଦ୍ବାର ବିଧାୟକଙ୍କ ଆର୍ଥିକ କାରବାରର ଖୋଳତାଡ କରିଥିଲା ଇଡି । କୋ-ଅପରେଟିଭ ସୋସାଇଟି ମେମ୍ବର ମାନଙ୍କୁ ଅନୁମତି ନଥିବା ଅଥବା RBI, NBFC, SEBI ପଞ୍ଜିକୃତ ନଥିବା ପୁଞ୍ଜି ବିନିଯୋଗକାରୀ ସଂସ୍ଥା ସିସୋରରେ ଅର୍ଥ ବିନିଯୋଗ ପାଇ ବିଧାୟକ ଜନସାଧାରଣକଙ୍କୁ କହିଥିଲେ ।

ଯାହାଙ୍କ ଭରସାରେ ପୁଞ୍ଜି ନିବେଶ କରିଥିଲେ ଲୋକେ । ପରେ ସଂସ୍ଥା ରୁ ୨୫ ଲକ୍ଷ ପରେ ୪କୋଟି ଟଙ୍କା ବିଭିନ୍ନ ପର୍ଯାୟରେ ପ୍ରଭାତଙ୍କ ସହ ଜଡିତ ଥିବା କମ୍ପାନୀ ମିଡିଆ ଗୁରୁ କମ୍ପିନି ଡାଇଭର୍ଟ ହୋଇଥିଲା । ଯାହର ତଦନ୍ତ କରି ଜନସାଧାରଣଙ୍କ ଡିପୋଜିଟ ଟଙ୍କାକୁ ନିଜ ଆକାଉଣ୍ଟ ନେଇ ବ୍ୟବହାର କରିଥିବା ସୁରାକ ପାଇବା ପରେ ଖୋଳତାଡ କରି ସେସବୁ ସମ୍ପତ୍ତିକୁ ମନି ଲଣ୍ଡରିଂ ଆକ୍ଟ ଆଧାରରେ ଜବତ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.