ETV Bharat / state

ଆଶ୍ରମ ଜମି ଉପରେ ପାଚେରୀ ନିର୍ମାଣକୁ ବିରୋଧ, ତହସିଲ କାର୍ଯ୍ୟାଳୟ ଘେରିଲେ ଅନ୍ତେବାସୀ - ସ୍ଥିତିବାନ ଜମି ଜବରଦଖଲ

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ଅଧୀନ ହାଟ ଯଶୁଆପୁର ମୌଜାରେ ଆଶ୍ରମ ଜମି ଉପରେ ପାଚେରୀ ନିର୍ମାଣକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରିଲେ ଆଶ୍ରମ ଅନ୍ତେବାସୀ । ଅଧିକ ପଢନ୍ତୁ

people protest against
people protest against
author img

By

Published : Aug 9, 2023, 11:15 AM IST

people protest against

ନିଆଳି: ଆଶ୍ରମ ଜମି ଉପରେ ପାଚେରୀ ନିର୍ମାଣକୁ ବିରୋଧ ।‌ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ଘେରିଲେ ଆଶ୍ରମ ଅନ୍ତେବାସୀ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ଅଧୀନ ହାଟ ଯଶୁଆପୁର ମୌଜାରେ ନିର୍ମାଣଧୀନ ଥିବା ଏକ ସରକାରୀ କାର୍ଯ୍ୟାଳୟ ନିର୍ମାଣ ଜମି ଜବରଦଖଲକୁ ଅସନ୍ତୋଷ ଦେଖିବାକୁ ମିଳିଛି । ଫଳରେ ତହସିଲ ଘେରିଛନ୍ତି ଅନ୍ତେବାସୀ ।

ସୂଚନା ମୁତାବକ, ଏହି ସ୍ଥିତିବାନ ସମ୍ପତ୍ତି ମଧ୍ୟରେ ଅଲେଖ ମହିମା ଆଶ୍ରମ ନାମରେ ଦୁଇ ଡିସିମିଲ ଜମି ରହିଛି । କାର୍ଯ୍ୟାଳୟ ନିର୍ମାଣ ସ୍ଥାନକୁ ଲାଗି ଥିବା ୩୪ ଡିସିମିଲ ସ୍ଥିତିବାନ ଜମି ଏବେ ପ୍ରଶାସନ କବଜା କରି ବେଆଇନ ନିର୍ମାଣ କାର୍ଯ୍ୟ ଚଳାଇଛି । ଧର୍ମୀୟ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେ‌ଷଙ୍କ ଜମି ଖୋଦ ତହସିଲ ପ୍ରଶାସନର ଜବରଦଖଲକୁ କେନ୍ଦ୍ରକରି ସାଧାରଣରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ନିୟମାନୁଯାୟୀ ମହିମା ଆଶ୍ରମ ଓ ଜମି ମାଲିକମାନଙ୍କ ଜମି ପ୍ରଶାସନ ଅଧିଗୃହୀତ କରିବା ପୂର୍ବରୁ ସେମାନଙ୍କ ସହିତ ଆଲୋଚନା କରି ପ୍ରତିବଦଳରେ ଅନ୍ୟତ୍ର ଜମି ହସ୍ତାନ୍ତର କରାଇ ଅଥବା ଜମି ବାବଦ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବା କଥା । ହେଲେ ହାଟ ଯଶୁଆପୁର ଘରୋଇ ସମ୍ପତ୍ତିକୁ କରାୟତ କରିବା ପୂର୍ବରୁ ତହସିଲ ପ୍ରଶାସନ ପକ୍ଷରୁ ସେମିତି କିଛି ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଅସନ୍ତୋଷ ତେଜିଛି ।

ଏହା ମଧ୍ୟ ପଢନ୍ତୁ- ଜମି ଜବରଦଖଲ ଉଚ୍ଛେଦ ଦାବିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

ତେବେ ବାଲିଅନ୍ତା ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗ ଏକ ପାଚେରୀ ନିର୍ମାଣ କରୁଥିବା ବେଳେ ଗତକାଲି(ମଙ୍ଗଳବାର) ଠିକା ସଂସ୍ଥା ଆଶ୍ରମ ଜମିରେ ନିଅଁ ଖୋଳିବାକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଥିଲା । ଅଲେଖ ବାବା ସଂଘ, ଆଶ୍ରମ ଅନ୍ତେବାସୀ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ । କୌଣସି ପରିସ୍ଥିତିରେ ଆଶ୍ରମ ଜମି ଛାଡ଼ିବେ ନାହିଁ କହି ପ୍ରତିବାଦ କରିଥିଲେ । ଏନେଇ ଜମି ଜବରଦଖଲମୁକ୍ତ ନେଇ ଆଶ୍ରମ ଅନ୍ତେବାସୀମାନେ ତହସିଲ କାର୍ଯ୍ୟାଳୟ ଆଗରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତହସିଲଦାର ବିମଳ କୁମାର ଲେଙ୍କା ସାନି ଜମି ଚିହ୍ନଟ ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏଥିସହ ତହସିଲ କର୍ମଚାରୀଙ୍କ ଉପସ୍ଥିତିରେ ଜମି ମାପଚୁପ କରଯାଇଥିଲେ ହେଁ ବିବାଦର ସମାଧାନ ହୋଇପାରି ନ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.