ETV Bharat / state

ଐତିହାସିକ ବାଲିଯାତ୍ରା, ଚଟପଟା ଖାଦ୍ୟ ଷ୍ଟଲରେ ଭିଡ - ସୁସ୍ବାଦୁ ଖାଦ୍ୟ ପାଇଁ ଜମୁଛି ଐତିହାସିକ ବାଲିଯାତ୍ରା

ଜମୁଛି କଟକ ଐତିହାସିକ ବାଲିଯାତ୍ରା । ପଡିଆ ବୁଲା ସାଙ୍ଗକୁ ଭିନ୍ନ ଭିନ୍ନ ସ୍ବାଦଯୁକ୍ତ ଖାଦ୍ୟର ମଜା ଉଠାଉଛନ୍ତି ସଭିଏଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 16, 2019, 11:50 PM IST

କଟକ: ଜମୁଛି ଐତିହାସିକ ବାଣିଜ୍ୟମେଳା । ଦିନ ବଢିବା ସହ ଜନସମୁଦ୍ର ପାଲୁଟୁଛି ମହାନଦୀ ପଠା । ମେଳା ପଡିଆ ବୁଲା ସାଙ୍ଗକୁ ସୁଆଦିଆ ଖାଦ୍ୟର ମଜା ନେଉଛନ୍ତି ଖାଦ୍ୟ ପ୍ରେମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଦେଶୀ ଚଟପଟା ଖାଦ୍ୟଠୁ ଆରମ୍ଭ କରି ଚାଇନିଜ୍‌ ଖାଦ୍ୟ ସବୁର ମଜା ନେଉଛନ୍ତି ସଭିଏଁ । ଠୁଙ୍କା ପୁରୀ, ଦହିବରା ଆଲୁଦମ, ଚାଓମିନ, ରୋଲ ଆଦି ପାଲଟିଛି ଦର୍ଶକଙ୍କ ପ୍ରଥମ ପସନ୍ଦ । ସତେ ଯେମିତି ଏସବୁ ନଖାଇଲେ ଲୋକଙ୍କ ବାଲିଯାତ୍ରା ବୁଲା ଅଧାରେ ରହିଯିବ । ଆଉ ଲୋକଙ୍କ ଆଗ୍ରହ ଦେଖି ପରିବା ଦରକୁ ଖାତିର୍ କରୁନାହାଁନ୍ତି ବ୍ୟବସାୟୀ । ଗ୍ରାହକଙ୍କୁ ଭଳିକି ଭଳି ସୁସ୍ବାଦୁ ଖାଦ୍ୟର ମେଳାଇ ଦେଉଛନ୍ତି ପସରା ।

ଚଳିତ ବର୍ଷ ବାଲିଯାତ୍ରା ପଡିଆର ମୁଖ୍ୟ ଆକର୍ଷଣ ହୋଇଛି ଓରମାସ୍ ଷ୍ଟଲରେ ଥିବା ମହାଲକ୍ଷ୍ମୀ ମିଶନ ଶକ୍ତି ଖାଦ୍ୟ ଷ୍ଟଲ । କାକରା ପିଠା, ବୁଢା ଚକୁଳି, ସରୁ ଚକୁଳି, ଛୁଞ୍ଚିପତ୍ର, ଆରିସା ପିଠା, ଗୋଜ ମଣ୍ଡା, ଚାଙ୍ଗୁଡି ମନ୍ଦ, ପୋଡ ପିଠା, ଫୁଲ ମଣ୍ଡା ତୋରଣ ଖିରି ଭଳି 41 ପ୍ରକାରର ଦେଶୀ ଖାଦ୍ୟ ଲୋକଙ୍କୁ ଭେଟି ଦେଉଛି ଏହି ଷ୍ଟଲ । ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଏହି ଖାଦ୍ୟ ଓଡିଆ ସଂସ୍କୃତି ଓ ପରମ୍ପରାର ମହକରେ ମହକି ଉଠୁଛି । ସେପଟେ ଏହି ଦେଶୀ ଖାଦ୍ୟ ଖାଇବାକୁ ଦର୍ଶକଙ୍କ ଭିଡ ଜମୁଛି ଏହି ଷ୍ଟଲରେ । ଏହା ସହିତ ପରମ୍ପରାକୁ ମନେ ପକାଇବାର ମହିଳାଙ୍କ ଏହି ପ୍ରୟାସକୁ ସ୍ବାଗତ କରିଛନ୍ତି ଦର୍ଶକ ।

ବର୍ତ୍ତମାନ ସମୟରେ ଲୋକେ ପରମ୍ପରାକୁ ଭୁଲି ଯାଉଥିବା ବେଳେ ବାଲିଯାତ୍ରା ଏହାକୁ ଉଜ୍ଜୀବିତ ରଖିବାରେ ମୁଖ୍ୟ ଭୂମିକା ସାଜିଛି । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ଆସୁଥିବା ଦର୍ଶକ ମଧ୍ୟ ଏହି ଦେଶୀ ପରମ୍ପରାକୁ ଉପଭୋଗ କରୁଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ସୁସ୍ୱାଦୁ ଖାଦ୍ୟ ପାଇଁ ପ୍ରସିଦ୍ଧ କଟକର ଐତିହାସିକ ବାଲିଯାତ୍ରା।
ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଖାଦ୍ୟ ମିଳୁଛି ଏହି ଐତିହାସିକ ବାଲିଯାତ୍ରରେ।ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଦର୍ଶକମାନେ ବି ନାନା ପ୍ରକାର ଖାଦ୍ୟର ମଜା ଉଠାଉଛନ୍ତି।କହିବାକୁ ଗଲେ ବାଲିଯାତ୍ରା ଖାଦ୍ୟ ଆକୃଷ୍ଟ କରିଛି ହଜାର ହଜାର ଦର୍ଶକଙ୍କୁ।

Body:(ଭିଓ - ୧) ଚାଲିଛି ଐତିହାସିକ ବାଣିଜ୍ୟମେଳା।ବାଲିଯାତ୍ରରେ ବେଶ ମଜା ନେଉଛନ୍ତି ଦର୍ଶକ।ତେବେ ଖାଦ୍ୟ ଷ୍ଟଲ ପାଖରେ ଦର୍ଶକଙ୍କ ଭିଡ଼ ଜମୁଛି।ବାଲିଯାତ୍ରା ଆସିଲେ କିଣା କିଣି ,ଦୋଳି ରେ ବୁଲିବା ପରେ ମନ ପସନ୍ଦର ଖାଦ୍ୟ ନଖାଇଲେ କେମିତି ହେବ ?ବାଲିଯାତ୍ରା ରେ ଠୁଙ୍କା ପୁରି, ଦହିବରା ଆଲୁଦମ,ଚାଓମିନ,ରୋଲ ଆଦି ନଖାଇଲେ ବାଲିଯାତ୍ରା ତ ଅଧୁରା ହୋଇଯିବ। ସେଥିପାଇଁ ତ ବାଲିଯାତ୍ରା ରେ ଭଳିକି ଭଳି ଖାଦ୍ୟର ପସରା ମିଳିଛି।ଆଉ ଦର୍ଶକଙ୍କ ଆଗ୍ରହ ଦେଖି ବ୍ୟବସାୟୀ ବି ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରିଛନ୍ତି।ତେବେ ପରିବା ଦର ବୃଦ୍ଧି ସତ୍ତ୍ୱେ ଖାଦ୍ୟ ଦର ବୃଦ୍ଧି କରାଯାଇନଥିବା ବ୍ୟବସାୟୀ କହିଛନ୍ତି।

ବାଇଟ - ଜୋସ୍ନା ଦାସ,ଦର୍ଶକ।
ବାଇଟ - ରଶ୍ମି ,ଦର୍ଶକ।
ବାଇଟ - ପ୍ରିୟଙ୍କା ସାହୁ,ଦର୍ଶକ।
ବାଇଟ - କାଳିଆ ବେହେରା,ବ୍ୟବସାୟୀ।

(ଭିଓ -୨) ବାଲିଯାତ୍ରା ପଡ଼ିଆର ଓରମାସ ଷ୍ଟଲ ରେ ଥିବା ମହାଲକ୍ଷ୍ମୀ ମିଶନ ଶକ୍ତି ଖାଦ୍ୟ ଷ୍ଟଲ ଟି ଚଳିତବର୍ଷ ବେଶ ଆକର୍ଷଣୀୟ ହୋଇଛି। ଏହି ଷ୍ଟଲ ରେ ଦର୍ଶକଙ୍କ ପାଇଁ ୪୧ ପ୍ରକାର ଦେଶୀ ଖାଦ୍ୟ ମିଳୁଛି।ଆଉ ଏହି ଖାଦ୍ୟ ପ୍ରସ୍ତୁତ କରିଛନ୍ତି କେବଳ ମହିଳା ମାନେ।କାକରା ପିଠା,ବୁଢା ଚକୁଳି,ସରୁ ଚକୁଳି,ଛୁଞ୍ଚିପତ୍ର,ଆରିସା ପିଠା,ଗୋଜ ମଣ୍ଡା, ଚାଙ୍ଗୁଡ଼ି ମନ୍ଦ,ପୋଡ଼ ପିଠା,ଫୁଲ ମଣ୍ଡା,ତୋରଣ,ଖିରି ,ଡାଲମା ଭଳି ଦେଶୀ ଖାଦ୍ୟ ମିଳୁଛି ଏହି ଷ୍ଟଲ ରେ।ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ଖାଦ୍ୟ ଷ୍ଟଲ ର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ମନେ ରଖିବା।ଅନ୍ୟପଟେ ଏହି ଦେଶୀ ଖାଦ୍ୟ ଖାଇବାକୁ ବି ଦର୍ଶକଙ୍କ ଭିଡ଼ ଜମୁଛି ଏହି ଷ୍ଟଲ ରେ।ଏହି ଦେଶୀ ଖାଦ୍ୟ ପ୍ରସ୍ତୁତ କରି ପରମ୍ପରା ମନେ ପକାଇବାର ଏହି ପ୍ରୟାସ କୁ ସ୍ୱାଗତ କରିଛନ୍ତି ଦର୍ଶକ।

ବାଇଟ - ଜ୍ଞାନଞ୍ଜଳୀ ମିଶ୍ର,ସଦସ୍ୟ ମହାଲକ୍ଷ୍ମୀ ମିଶନ ଷ୍ଟଲ।
ବାଇଟ - ସତ୍ୟପ୍ରକାଶ ସ୍ୱାଇଁ,ଦର୍ଶକ।
ବାଇଟ - ସୁଜିତ ,ଦର୍ଶକ।

Conclusion:ଦିନକୁ ଦିନ ଆମ ସଂସ୍କୃତି ,ପରମ୍ପରା କୁ ପାସୋରି ଯାଉଛନ୍ତି ସମସ୍ତେ।ତେବେ ଏହି ଐତିହାସିକ ବାଲିଯାତ୍ରା ଏହି ସଂସ୍କୃତି ଆଉ ପରମ୍ପରା କୁ କେବଳ ଆମକୁ ମନେ ପକାଉଛି ତାହା ନୁହେଁ ବରଂ ରାଜ୍ୟ ବାହାରୁ ଆସୁଥିବା ଦର୍ଶକଙ୍କୁ ମଧ୍ୟ ପ୍ରଭାବିତ କରୁଛି।କଟକରୁ ନାରାୟଣ ସାହୁ,ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.