କଟକ: କୋରୋନା ପାଇଁ ଖାଁ ଖାଁ କଟକ ବଡ଼ ମେଡିକାଲ । ଆସୁ ଚିକିତ୍ସା ବିଭାଗରେ ଦେଖିବାକୁ ମିଳୁନି ରୋଗୀଙ୍କ ଭିଡ଼ । ପ୍ରତିଦିନ ବଡ ମେଡିକାଲରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଥିଲା ବେଳେ ବୁଧବାର ମାତ୍ର 20 ଜଣ ରୋଗୀ ଆଶୁ ଚିକିତ୍ସା ବିଭାଗକୁ ଆସିଥିବା ସୂଚନା ଦେଇଛନ୍ତି ଏସସିବି କର୍ତ୍ତୃପକ୍ଷ ।
ଏହାଛଡ଼ା ଆଉଟଡୋରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କହିବାକୁ ଗଲେ ସବୁ ବିଭାଗରେ ରୋଗୀଙ୍କ ଭିଡ ଦେଖିବାକୁ ମିଳି ନ ଥିଲା । ତେବେ ଏହା କେବଳ କୋରୋନା ପାଇଁ ବୋଲି ସ୍ପଷ୍ଟ ବାରି ହୋଇପଡୁଛି । ଏହି ମହାମାରୀକୁ ନେଇ ସାରା ବିଶ୍ବର ଚିନ୍ତିତ ଥିବା ବେଳେ ସାଧାରଣ ରୋଗୀଙ୍କ କଥା ନ କହିବା ଭଲ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ