କଟକ: କମ ଉପସ୍ଥାନ ଯୋଗୁ ତିଗିରିଆ ବ୍ଲକର ବିରୁଡା ସରକାରୀ ବିଦ୍ୟାଳୟ ବନ୍ଦ ପଡିଛି । ହେଲେ ଗ୍ରାମବାସୀଙ୍କ ଦାବି ରହିଛି କି ପୁଣି ସ୍କୁଲ ଖୋଲାଯାଉ । ଏନେଇ ଜିଲାପାଳଙ୍କୁ ଭେଟିଛନ୍ତି ଗ୍ରାମବାସୀ ।
2019 ମସିହାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରୁ ସ୍କୁଲ ବନ୍ଦ ହୋଇଥିଲା । ହେଲେ ବର୍ତ୍ତମାନ ଯେଉଁମାନେ ବେସରକାରୀ ସ୍କୁଲରେ ପାଠ ପଢୁଥିଲେ ସେମାନେ ସରକାରୀ ସ୍କୁଲ ରେ ପଢିବାକୁ ମନ ବଲାଇଛନ୍ତି । ଏଣୁ ଏହି ଆଧାରରେ ସ୍କୁଲ କୁ ପୁଣି ଥରେ ଜିଲ୍ଲା ପ୍ରଶାସନ କାର୍ଯ୍ୟକ୍ଷମ କରନ୍ତୁ ବୋଲି କୁହାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ