ETV Bharat / state

ବଢୁଛି ଖରା ଜମୁଛି ତାଳସଜ ବେପାର, ଜମୁଛି ଗ୍ରାହାକଙ୍କ ଭିଡ଼ - ଜମୁଛି ତାଳସଜ ବେପାର

ରାଜ୍ୟରେ ଉପର ମୁହାଁ ପାରଦ । ରୁଦ୍ରତାପ ବଢୁଥିବା ବେଳେ ରାସ୍ତାକଡରେ ଜମୁଛି ତାଳସଜ ବେପାର । ଅଧିକ ପଢ଼ନ୍ତୁ

ଗ୍ରହାକଙ୍କ ପ୍ରଥମ ପସନ୍ଦ ପାଲଟିଛି ତାଳ
ଗ୍ରହାକଙ୍କ ପ୍ରଥମ ପସନ୍ଦ ପାଲଟିଛି ତାଳ
author img

By

Published : Apr 20, 2023, 7:01 PM IST

ରୁଦ୍ରତାପ ବଢୁଥିବା ବେଳେ ରାସ୍ତାକଡରେ ଜମୁଛି ତାଳସଜ ବେପାର

ନିଆଳି: ନିସ୍ତାର ନାହିଁ ଗ୍ରୀଷ୍ମ ପ୍ରବାହରୁ । ‌ଜୀବ ଜଗତଠାରୁ ଆରମ୍ଭ କରି କୀଟ ପତଙ୍ଗ ସମସ୍ତେ ଅସ୍ତବ୍ୟସ୍ତ । ଖରା ଦାଉରେ ତ୍ରାହିତ୍ରାହି ଡାକିଲେଣି ଜୀବଜଗତ । ଖରାଦିନରେ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ ଥଣ୍ଡା ଦ୍ରବ୍ୟ । ରୌଦ୍ର ତାପ ବଢୁଥିବା ବେଳେ ରାସ୍ତାକଡରେ ଜମୁଛି ତାଳ ସଜ ବେପାର । ବର୍ଷକୁ ଥରେ ଫଳୁଥିବା ତାଳସଜ ତାର ଭାଉ ପ୍ରବଳ ଖରା ବଢ଼ାଇଛି । ଟାଇଁଟାଇଁ ଖରାରେ ଲୋକଙ୍କ ପସନ୍ଦ ଖାଦ୍ୟ ପାଲଟିଛି ତାଳସଜ ।

ବିଭିନ୍ନ ରାସ୍ତା କଡ଼ ଗଛ ମୂଳରେ ତାଳସଜ ବ୍ରିକତା ତାଳ ବ୍ୟବସାୟ ଆରମ୍ଭ କରି ସାରିଲେଣି । ଗୋଟିଏ ତାଳସଜରୁ ତିନୋଟି ତାଳ ବାହାରି ଥାଏ । ଯାହାର ଦର ବଜରରେ ୧୦ ଟଙ୍କାରୁ ଆରମ୍ଭ ହୋଇଛି । ତାଳ କିଣିବା ପାଇଁ ଗ୍ରାହାକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି । ଚୈତ୍ର ମାସର ପ୍ରଚଣ୍ଡ ଖରା ତାତି ବେଳେ ତାଳ ସଜର ଶୀତଳ ସୁମଧୁର ରସ ଓ ଭିତରେ ଥିବା ଜଳ କାହାକୁ ବା ଆକର୍ଷଣ ନ କରିବ । ତାହା ପୁଣି ମୁଣ୍ଡ ଫଟା ଖରା ସମୟରେ ।

ଏହା ବି ପଢ଼ନ୍ତୁ: President Odisha Visit: ବାରିପଦା ଗସ୍ତରେ ଆସିବେ ରାଷ୍ଟ୍ରପତି

କହିବାକୁ ଗଲେ, ଖରା ଦିନେ ବହୁ ଲୋକେ ତାଳ ପାଇଁ ହିଁ ଅପେକ୍ଷା କରିଥାନ୍ତି । ସେପଟେ ତାଳ ସଜ ବ୍ୟବସାୟୀ, ଗଛ ଚଢାଳି ଓ ବିକାଳି ମଧ୍ୟ ଭଲ ଦି, ପଇସା ରୋଜଗାର କରିଥାନ୍ତି । ଏବେ ବିଭିନ୍ନ ଛକ, ରାସ୍ତା କଡ଼ ଏବଂ ଜନ ଗହଳିପୂର୍ଣ୍ଣ ଛକରେ ରାଜପଥ କଡ଼ରେ ତାଳସଜ ବେପାରୀମାନେ ପସରା ମେଲାଇ ବସିଛନ୍ତି । ଗ୍ରାହକ ମଧ୍ୟ ତାଳ ସଜ ବେଶ ଆଗ୍ରହର ସହ କିଣୁଛନ୍ତି ।

ଅଧିକ ପଢ଼ନ୍ତୁ: Skill Conclave 2023: ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ

କଅଁଳ ସୁଆଦିଆ ତାଳସଜ ଖାଇବାକୁ ଗରିବଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଛି । ଦେଢ ମାସର ତାଳ ସଜ ବେପାର କିଛି ରୋଜଗାର ଦିଏ ଗରିବ ଲୋକଙ୍କୁ । ଏହି ସବୁ ତାଳ ଗାଁ ଗହଳିରୁ ବେପାରୀମାନେ ସଂଗ୍ରହ କରିଥାନ୍ତି । ଏହି ସବୁ ତାଳସଜ ବାଲିପାଟଣା, ବାଳକାଟି, ବନମାଳୀପୁର, ନିଆଳି, କଣ୍ଟାପଡ଼ା, ଚାରିଛକ ଓ ତୁଳସୀପୁର ଅଞ୍ଚଳରେ ବହୁତ ମାତ୍ରାରେ ବିକ୍ରୟ ହେଉଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.