ETV Bharat / state

କୋଭିଡ ସମୟରେ ଭିନ୍ନକ୍ଷମଙ୍କ ସୁରକ୍ଷା ପ୍ରଥମ: ସୁଲୋଚନା ଦାସ - differently abled during in Corona pandemic

କୋଭିଡ ସମୟରେ ଭିନ୍ନକ୍ଷମଙ୍କ ସୁରକ୍ଷା ଚିନ୍ତା । ଏନେଇ ଭିନ୍ନକ୍ଷମଙ୍କ ସୁରକ୍ଷା ପ୍ରଥମ ବୋଲି କହିଛନ୍ତି ସୁଲୋଚନା ଦାସ । ଅଧିକ ପଢନ୍ତୁ

sulochana-das
ସରକାରଙ୍କୁ ଭିନ୍ନକ୍ଷମଙ୍କ ସୁରକ୍ଷା ଚିନ୍ତା
author img

By

Published : Oct 16, 2020, 5:19 PM IST

Updated : Oct 16, 2020, 7:47 PM IST

କଟକ: କୋରୋନା ମହାମାରୀ ସମୟରେ ସରକାରଙ୍କୁ ଘାରିଛି ଭିନ୍ନକ୍ଷମଙ୍କ ସୁରକ୍ଷା । କୋଭିଡ ଭୂତାଣୁ ସହ ସାରା ଦେଶ ଲଢୁଥିବାବେଳେ ଏଭଳି ସମୟରେ ଭିନ୍ନକ୍ଷମଙ୍କ ସୁରକ୍ଷା ନିତ୍ୟନ୍ତ ଆବଶ୍ୟକ । ସେମାନେ ମଧ୍ୟ ଆମ ସମାଜର ଜଣେ ଗୁରୁତ୍ତ୍ବପୂର୍ଣ୍ଣ ଅଙ୍ଗ । ତାଙ୍କୁ ନେଇ ସରକାର ଅନେକ ଦେଖିଛନ୍ତି ସ୍ବପ୍ନ । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ସୁରକ୍ଷା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ।

ସରକାରଙ୍କୁ ଭିନ୍ନକ୍ଷମଙ୍କ ସୁରକ୍ଷା ଚିନ୍ତା

ଭିନ୍ନକ୍ଷମଙ୍କ ସୁରକ୍ଷା ଦିଗରେ କଟକ ଜିଲ୍ଲା ପ୍ରଶାସନର ପଦକ୍ଷେପ ସହ ଭିନ୍ନକ୍ଷମଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା, ଓ କୋରୋନା ସଚେତନତା ନେଇ ସୁଲୋଚନା ଦାସ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଏହାବ୍ୟତୀତ କଟକ ର 12 ଟି ଭିନ୍ନକ୍ଷମ ସ୍କୁଲ , 4ଟି ଥେରାପି କେନ୍ଦ୍ର ଓ ଅନ୍ୟାନ୍ୟ କିଛି ସଂସ୍ଥାକୁ ଆଜି(ଶୁକ୍ରବାର) କୋଭିଡ ପ୍ରତିରୋଧକ କିଛି ସମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି କମିଶନର । ଯେଉଁଥିରେ ରହିଛି ମାସ୍କ, ସାନିଟାଇଜ଼ର , ପିପିଇ କିଟ , ଥର୍ମାଲ ସ୍କାନର ଇତ୍ୟାଦି। ତେବେ ଏହି ସମୟରେ ଭିନ୍ନକ୍ଷମଙ୍କ ସୁରକ୍ଷା ନିଶ୍ଚୟ ଆବଶ୍ୟକ ବୋଲି ସୁଲୋଚନା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 16, 2020, 7:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.