ETV Bharat / state

OTET ଫର୍ମ ଫିଲପ, ବୋର୍ଡ ବ୍ୟବସ୍ଥା ଉପରେ ଅସନ୍ତୋଷ ଗଣଶିକ୍ଷକ

author img

By

Published : Jan 17, 2023, 8:35 PM IST

ଓଟିିଇଟି ପରୀକ୍ଷାରେ ଅକୃତକାର୍ଯ୍ୟ ଗଣଶିକ୍ଷକମାନେ ପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ କରିବେ ଫର୍ମଫିଲପ। ଏଥିସହ ଜାନୁଆରୀ 31 ତାରିଖରେ ହେବ ଓଟିଇଟି ପରୀକ୍ଷା । ଅଧିକ ପଢନ୍ତୁ

OTET exam
OTET exam
OTET exam

କଟକ: ଜାନୁଆରୀ 31 ତାରିଖରେ ହେବ ଓଟିଇଟି ପରୀକ୍ଷା । ପୂର୍ବ ପରୀକ୍ଷା ରେ ଅକୃତକାର୍ଯ୍ୟ ହୋଇଥିବା ଶିକ୍ଷକ ମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ କରିବେ ଫର୍ମଫିଲପ । ଏନେଇ ଆଜି ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ବୋର୍ଡ ରେ ପହଁଞ୍ଚି ଅଫଲାଇନ ମାଧ୍ୟମରେ କରିଛନ୍ତି ଫର୍ମ ଫିଲପ। ଏହି ଅଫଲାଇନ ଫର୍ମ ଫିଲପ କୁ ନେଇ ବୋର୍ଡ ପରିସର ରେ ଦେଖା ଦେଇଥିଲା ଅସନ୍ତୋଷ।

ତେବେ ଅଧିକ କାଉଣ୍ଟର ଓ ଅନଲାଇନ ଆବେଦନ ପ୍ରକ୍ରିୟା ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଅଭିଯୋଗ କରିଛନ୍ତି ଗଣ ଶିକ୍ଷକ। ବୋର୍ଡ ପରିସର ପାଲଟି ଯାଇଥିଲା ଶିକ୍ଷକ ସମୁଦ୍ର। ସମସ୍ତଙ୍କ ହାତରେ ଗୋଟିଏ ଲେଖାଏଁ ଫର୍ମ। ଆଉ ଯିଏ ଯେଉଁଟି ଜାଗା ଟିକେ ପାଇଲା ସେଠି ଫର୍ମ ଭରିଲା। ଏହାସହ କମ କାଉଣ୍ଟର ଯୋଗୁଁ ଅଧିକ ଭିଡ଼ ସୃଷ୍ଟି କରିଥିବା କହିଛନ୍ତି ଶିକ୍ଷକ। ତେବେ ପୂର୍ବରୁ ବୋର୍ଡ଼ ଦ୍ୱାରା ପରିଚାଳିତ ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ହୋଇଥିଲା ।

ଓଡିଶା ଟିଚରସ ଏଲିଜିବିଲିଟି ଟେଷ୍ଟ ବା ଓଟିଇ ଟି ପରୀକ୍ଷାର ଫଳ ପ୍ରକାଶ ପାଇଥିବା ବେଳେ ଏହି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ଅଭିଯୋଗ କରିଥିଲେ । ଏବଂ ପରୀକ୍ଷା ପ୍ରଶ୍ନ ପତ୍ର ଓ ପରିଚାଳନାରେ ତ୍ରୁଟି ଥିବା ଅଭିଯୋଗ ରେ ସେମାନଙ୍କୁ ଗ୍ରେସ ମାର୍କ ଦେଇ ପାସ ଘୋଷଣା ପାଇଁ ଦାବି ମଧ୍ୟ କରିଥିଲେ। ଏହି ଦାବୀ ସମୂହ ନେଇ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତିବାଦ ମଧ୍ୟ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ। ତେବେ ଏହି ଫର୍ମଫିଲପ ଅନଲାଇନ ବ୍ୟବସ୍ଥା ହୋଇଥିଲେ କୌଣସି ପ୍ରକାର ଅସୁବିଧା ଉପୁଜି ନଥାନ୍ତା ବୋଲି କହିଛନ୍ତି ଅସନ୍ତୋଷ ବ୍ୟକ୍ତ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ।

ଏନେଇ ଶିକ୍ଷକ କହିଛନ୍ତି , ସେମାନେ ଫର୍ମଫିଲପ ପ୍ରକ୍ରିୟା 11.30ଟା ରେ ଆରମ୍ଭ କରିଛନ୍ତି। ଏନେଇ ସେମାନଙ୍କୁ ଅଭିଯୋଗ କରିବାରୁ ସେ କହିଲେ ତାଲି ଏକ ପରୀକ୍ଷା ଥିବାରୁ ସେହି ଦାୟିତ୍ବ ରେ ଯାଇଥିଲା।ତେଣୁ ଆଜି ବିଳମ୍ବ ହୋଇଛି। ଏଥିସହ 8 ଟି କାଉଣ୍ଟର କରିବା ବଦଳରେ 3 ଟି କାଉଣ୍ଟକରିଛନ୍ତି ଏନେଇ ଅଧିକ ଭିଡ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.