କଟକ: ଘୁଞ୍ଚିଲା OSSTET ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ ) ପକ୍ଷରୁ ଜାରି ହେଲା ନୂଆ ତାରିଖ । ଆସନ୍ତା ସେପ୍ଟେମ୍ବର 1 ତାରିଖରେ ହେବ OSSTET ପରୀକ୍ଷା ।
ପୂର୍ବରୁ ଅଗଷ୍ଟ 27 ତାରିଖରେ ପରୀକ୍ଷା ହେବା ନେଇ ତାରିଖ ଧାର୍ଯ୍ୟ କରିଥିଲା ବୋର୍ଡ । ହେଲେ ସେହି ସମୟରେ OAS ର ପ୍ରିଲିମିନାରୀ ପରୀକ୍ଷା ରହିଛି । ତେଣୁ ଅନେକ OSSTET ପରୀକ୍ଷାର୍ଥୀ OASର ପ୍ରିଲିମିନାରୀ ପରୀକ୍ଷା ଦେଉଥିବେ । ଏହି ଦୃଷ୍ଟିରୁ ଆସନ୍ତା ସେପ୍ଟେମ୍ବର 1 ତାରିଖକୁ ଘୁଞ୍ଚାଇଛି ବୋର୍ଡ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ