ETV Bharat / state

ଶୁଣିଲେନି ସରକାର, ଆସନ୍ତା 9ରେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରାଉ କରିବ ଓଷ୍ଟା

ଅଗଷ୍ଟ 9ରେ ସମସ୍ତ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରାଉ କରିବ ଶିକ୍ଷକ ସଙ୍ଘ । ନିରବଚ୍ଛିନ୍ନ ସେବା ଯୋଗାଇବା ପରେ ରାଜ୍ୟ ସରକାରଙ୍କ ଏପରି ମନୋଭାବ ନେଇ ନିନ୍ଦା କଲା ଓଷ୍ଟା । ଅଧିକ ପଢନ୍ତୁ

author img

By

Published : Aug 7, 2023, 7:35 AM IST

ଅଗଷ୍ଟ 9ରେ ସମସ୍ତ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ଘେରାଉ କରିବ ଶିକ୍ଷକ ସଙ୍ଘ

କଟକ: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ଚେତାବନୀ । ରାଜ୍ୟର ସମସ୍ତ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ଘେରାଉ କରିବ ଶିକ୍ଷକ ସଙ୍ଘ । ଦୀର୍ଘଦିନ ଧରି ରାଜ୍ୟରେ ନିରବଚ୍ଛିନ୍ନ ସେବା ଯୋଗାଇବା ପରେ ରାଜ୍ୟ ସରକାରଙ୍କ ଏପରି ମନୋଭାବ ନେଇ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ଓଷ୍ଟା ।

ଓଷ୍ଟା ସମ୍ପାଦକ ରଞ୍ଜନ କୁମାର ଦାସ କହିଛନ୍ତି,‘‘୨୫ ବର୍ଷ ଧରି ୧୯୪ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସରକାରୀ ଅନୁଦାନରୁ ବଞ୍ଚିତ ଅଛନ୍ତି । ୬୦୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ୭ମ ବେତନରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଅନୁଦାନ ପାଇଁ କରାଯାଉ । ଏହା ସହିତ ଅନେକ ସ୍କୁଲକୁ ସରକାରୀ କାରଣ କରାଯାଉ । ୫୦୦୦ରୁ ଊର୍ଦ୍ଧ୍ବ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ପେନସନ ଯୋଗାଇବା ପାଇଁ ଦାବି କରିଛନ୍ତି । ଚଳିତ ମାସ ୯ ତାରିଖ ଦିନ ରାଜ୍ୟର ସମସ୍ତ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ । ’’

ସେ ଆହୁରୀ ମଧ୍ୟ କହଛନ୍ତି,‘‘ଏହାସହ ବୋର୍ଡର ନିର୍ଦ୍ଧାରିତ ପାଠ୍ୟ ଖସଡା ଅନୁଯାୟୀ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଚଳିତ ବର୍ଷ ଏକ ଅଭିନବ ଉପାୟରେ ଉକ୍ତ ଟେଷ୍ଟ ପେପରକୁ ପ୍ରସ୍ତୁତ କରିଛି । ଏହା ୨୦୨୪ ମସିହାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଶେଷ ଉପାଦେୟ ପ୍ରମାଣିତ ହେବ । ଏହି ଟେଷ୍ଟ ପେପର ଅଗଷ୍ଟ ୨୧ ତାରିଖରେ ବଜାରରେ ଉପଲବ୍ଧ ହେବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟାଳୟ ଗୁଡ଼ିକୁ ଏପ୍ରିଲ ମାସରୁ ଛୁଟି ଘୋଷଣା କରିଦିଆଗଲା । ଯାହାଫଳରେ ବିଦ୍ୟାଳୟରେ ପାଠପଢା ନିର୍ଦ୍ଦିଷ୍ଟ ସମୟରେ ସରିପାରିଲା ନାହିଁ। ବହୁ ଅଭିଜ୍ଞ ଶିକ୍ଷକମାନଙ୍କର ଦୀର୍ଘ ଅଭିଜ୍ଞତାକୁ ବିନିଯୋଗ କରି ପାଠ୍ୟ ଖସଡା ଆଧାରରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଉଭୟ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ଟେଷ୍ଟ ପେପର ପ୍ରସ୍ତୁତ କରାଯାଇଛି ।’’

ଅଧିକ ପଢନ୍ତୁ: ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ, ପ୍ରତିଶ୍ରୁତି ପୂରଣ ନହେଲେ ସମୂହ ଛୁଟିର ଚେତାବନୀ

ପ୍ରକାଶ ଥାଉକି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କେବଳ ଶିକ୍ଷକ ମାନଙ୍କର ଦାବି ସମ୍ପର୍କରେ କାର୍ଯ୍ୟ କରି ନ ଥାଏ। ରାଜ୍ୟର ଶିକ୍ଷାବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ, ଏପରିକି ବନ୍ୟା, ବାତ୍ୟା ଓ କୋରୋନା ଭଳି ପ୍ରକୃତିକ ବିପର୍ଯ୍ୟୟ ସମୟରେ ଓଷ୍ଟା ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ପାଖରେ ସହଭାଗୀ ହୋଇ ସଦାସର୍ବଦା ଦୃଢ ଭାବରେ ଛିଡା ହୋଇ ଆସିଛି । ରାଜ୍ୟର ସର୍ବପୁରାତନ ଓ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ପ୍ରଶ୍ନ ଆସୁଥିବା ‘ଓଷ୍ଟା ଟେଷ୍ଟ ପେପର’ କୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ଓ ଓ ସମସ୍ତ କର୍ମକର୍ତା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.