ETV Bharat / state

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣକୁ ବିରୋଧ ପ୍ରସଙ୍ଗ, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣକୁ ବିରୋଧ ପ୍ରସଙ୍ଗରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

author img

By

Published : Feb 8, 2023, 8:05 AM IST

srimandir boundary issue in high court
ଶ୍ରୀମନ୍ଦିରର ନିସିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣକୁ ବିରୋଧ ପ୍ରସଙ୍ଗ

କଟକ: ଶ୍ରୀଜଗନ୍ନାଥ ମନ୍ଦିରର ନିଷିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣ ବିରୋଧ ପ୍ରସଙ୍ଗ ହାଇକୋର୍ଟରେ ଶୁଣାଣି ହୋଇଛି । ପାଚେରୀ ନିର୍ମାଣକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ରୁଜୁ କରାଯାଇଥିଲା ଜନସ୍ବାର୍ଥ ମାମଲା । ତେବେ ଆବେଦନର ଶୁଣାଣି ସମୟରେ ନ୍ୟାସନାଲ ମନୁମେଣ୍ଟ ଅଥରିଟି (ଏନଏମଏ)ର ସତ୍ୟପାଠରେ ରହିଥିବା ତଥ୍ୟରୁ ଜଣା ପଡ଼ିଥିଲା ଯେ ଏପରି ନିର୍ମାଣ ନିଷିଦ୍ଧାଦେଶ ଜାରି କରାଯାଇଥିବା ନିର୍ମାଣ ପରିସରଭୁକ୍ତ ନୁହେଁ ।

ଏହା ବି ପଢନ୍ତୁ...ମୁର୍ମୁଙ୍କ ଗସ୍ତ ପୂର୍ବରୁ ରମାଦେବୀ ଅଡିଟୋରିୟମ ଉଦ୍‌ଘାଟିତ, ଏକା ସାଙ୍ଗରେ ବସିବେ ୧୦୦୦ ଲୋକ

ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଏମଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି ସମୟରେ ନ୍ୟାସନାଲ ମନୁମେଣ୍ଟ ଅଥରିଟିର ସତ୍ୟପାଠରେ ରହିଥିବା ତଥ୍ୟରୁ ଜଣାପଡିଥିଲା ଯେ, ଏପରି ନିର୍ମାଣ ନିଷେଧାଦେଶ ପରିସରଭୁକ୍ତ ନୁହେଁ । ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଖଣ୍ଡପୀଠ, ଏନଏମଏର ଜବାବକୁ ବିଚାରକୁ ନେଇ ମାମଲା ଶୁଣାଣିରେ ଅନ୍ତ ଘଟାଇଛନ୍ତି ।

ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପରିକ୍ରମା ପ୍ରକଳ୍ପ ଅଧୀନରେ ହେଉଥିବା ନିର୍ମାଣ କାର୍ଯ୍ୟର ତାଲିକା ରହିଛି । ଏପରି ତାଲିକାରେ ମେଘନାଦ ପାଚେରୀ ବାହାରେ ଆଉ ଏକ ପାଚେରୀ ନିର୍ମାଣ ପ୍ରସଙ୍ଗରେ କିଛି ଉଲ୍ଲେଖ କରାଯାଇ ନାହିଁ । ତେଣୁ ନିଷିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣ କରାଯିବା ବେଆଇନ । ଏହା ଉପରେ ରୋକ ଲାଗଯିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଏହା ବି ପଢନ୍ତୁ...ED ପାଇଁ ସାଜିଥିଲେ ମୋହରା, ଏବେ ଖସିପାରିବେନି ଶ୍ରଦ୍ଧାଞ୍ଜଳି

ଅନ୍ୟପକ୍ଷରେ ଏନଏମଏ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନରେ ଉଲ୍ଲେଖ କରାଯାଇଥିବା ନିର୍ମାଣ ନିଷେଧ କରାଯାଇଥିବା ନିର୍ମାଣ ତାଲିକାଭୁକ୍ତ ନୁହେଁ । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ବିନ୍ଦୁସାର ସୁବୁଦ୍ଧି ମାମଲା ପରିଚାଳନା କରୁଥିଲେ ।

ପ୍ରକାଶ ଥାଉ କି, ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ହାଇକୋର୍ଟରେ ରହିଛି । ଜାନୁଆରୀ 5 ତାରିଖରେ ରତ୍ନଭଣ୍ଡାର ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ପକ୍ଷ ରଖିଲେ ଉଭୟ ପକ୍ଷ । ରତ୍ନଭଣ୍ଡାର ସମ୍ପର୍କରେ ପୁଣି ଥରେ ସମୟ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ପରବର୍ତ୍ତୀ ଶୁଣାଣି ସମୟରେ ରତ୍ନଭଣ୍ଡାର ସମ୍ପର୍କରେ ସାନି ସତ୍ୟପାଠ ଦାଖଲ କରିବାକୁ କୋର୍ଟଙ୍କୁ ଅବଗତ କରିଥିଲେ ମନ୍ଦିର ପ୍ରଶାସନ । ଆସନ୍ତା ମାର୍ଚ୍ଚ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.