ETV Bharat / state

ଇତିହାସରେ ପ୍ରଥମ, ଓଡ଼ିଆ ଭାଷାରେ ରାୟ ପ୍ରକାଶ କଲେ ହାଇକୋର୍ଟ - ଓଡ଼ିଆ ଭାଷାରେ ରାୟ ପ୍ରକାଶ ହାଇକୋର୍ଟ

ପ୍ରଥମ ଥର ପାଇଁ ଓଡ଼ିଶା ହାଇକୋର୍ଟରେ ଓଡ଼ିଆ ଭାଷାରେ ରାୟ ପ୍ରକାଶ ପାଇଛି । ହାଇକୋର୍ଟ ବିଚାରପତି ଜଷ୍ଟିସ ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

orissa highcourt
ଓଡ଼ିଆ ଭାଷାରେ ରାୟ ପ୍ରକାଶ କଲେ ହାଇକୋର୍ଟ
author img

By

Published : Jul 26, 2023, 11:59 AM IST

କଟକ: ଓଡିଆ ଭାଷାରେ ଏକ ମାମଲାର ରାୟ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ । ପ୍ରଥମ ଥର ପାଇଁ ଓଡ଼ିଶା ହାଇକୋର୍ଟରେ ଓଡ଼ିଆ ଭାଷାରେ ରାୟ ପ୍ରକାଶ ପାଇଛି । ହାଇକୋର୍ଟ ବିଚାରପତି ଜଷ୍ଟିସ ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିଛନ୍ତି । ଓଡ଼ିଆ ଭାଷାରେ ଏକ ରିଟ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଜୁଲାଇ 19 ତାରିଖରେ ଏହି ରିଟ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ହାଇକୋର୍ଟର ପ୍ରତିଷ୍ଠା ଦିବସ ଅବସରରେ ଏହି ରାୟ ବେଶ ସ୍ମରଣୀୟ ହୋଇ ରହିବ ।

ଗତ ଫେବ୍ରୁଆରୀ 3 ତାରିଖରେ ରାଜ୍ୟର 10ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ କରିବା ଅବସରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଓଡିଶା ହାଇକୋର୍ଟର ଏଭଳି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ । ତେବେ ଆଞ୍ଚଳିକ ଭାଷାରେ ଓଡିଶା ହାଇକୋର୍ଟରେ ରାୟ ପ୍ରକାଶ ପାଇବ ବୋଲି ପ୍ରଧାନ ବିଚାରପତି ଆଶା ପ୍ରକଟ କରିଥିଲେ । ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟରେ ଏଭଳି ଆଞ୍ଚଳିକ ଭାଷାରେ (ଓଡ଼ିଆ)ରେ ରାୟ ପ୍ରକାଶ କରିଛନ୍ତି ।

କେବଳ ଓକିଲ ନୁହେଁ ବରଂ ମହାକିଲମାନେ ମଧ୍ୟ ବେଶ ଉପକୃତ ହେବେ । କାରଣ ଅନେକ ସାଧାରଣ ଲୋକ ଇଂରାଜୀ ଭାଷାରେ ପ୍ରକାଶ ପାଉଥିବା ରାୟକୁ ସହଜରେ ବୁଝି ପାରୁନଥିଲେ ମାତ୍ର ଓଡ଼ିଆ ଭାଷାରେ ସେମାନେ ସହଜରେ ବୁଝି ପାରିବେ । ଯଦିଓ ଓଡିଶା ହାଇକୋର୍ଟରେ ଏହା ପ୍ରଥମ ଥର ମାତ୍ର ଆଗକୁ ଆହୁରି ଅନେକ ଖଣ୍ଡପୀଠରେ ଏପରି ଆଞ୍ଚଳିକ ଭାଷା ବା ଓଡ଼ିଆ ଭାଷାରେ ରାୟ ପ୍ରଦାନ କରାଯିବ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଓଡିଆ ଭାଷାରେ ରାୟ ପ୍ରକାଶ ହେବା ଓଡିଆଙ୍କ ପାଇଁ ଗର୍ବର ବିଷୟ ହୋଇଛି ।

ଏହା ବି ପଢନ୍ତୁ...ଓଡ଼ିଶା ଇତିହାସରେ ପ୍ରଥମ, ଗୋଟିଏ ଦିନରେ 75 ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ

ଖାଲି ସେତିକି ନୁହେଁ ଗୋଟିଏ ଖଣ୍ଡପୀଠରେ ଗୋଟିଏ ଦିନରେ ୭୫ଟି ବିଚାରଧୀନ ମାମଲାର ରାୟ ପ୍ରକାଶ କରି ଇତିହାସ ରଚିଛି ଓଡ଼ିଶା ହାଇକୋର୍ଟ । ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପୂର୍ବରୁ ଏହି ରେକର୍ଡ ସୃଷ୍ଟି କରିଛି । ଜୁଲାଇ ୨୬ ତାରିଖ (ଆଜି )ଓଡିଶା ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ଯେଉଁଥିରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ୭୫ତମ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଏହାର ଠିକ ପୂର୍ବରୁ ହାଇକୋର୍ଟଙ୍କ ଗୋଟିଏ ଖଣ୍ଡପୀଠ ଗୋଟିଏ ଦିନରେ ୭୫ଟି ମାମଲାର ରାୟ ପ୍ରକାଶ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଜ‌ଷ୍ଟିସ ଦେବବ୍ରତ ଦାଶ ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ୭୫ଟି ବିଚାରଧୀନ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.