କଟକ: ସିଲଭର ସିଟିରେ ମୁଖ୍ୟମନ୍ତ୍ରୀଙ୍କୁ କରାଯାଇଛି ବିରୋଧ । କଳା ପତାକା ଦେଖାଇ ବିରୋଧ କରିଛନ୍ତି ବିରୋଧୀ । BSKY କାର୍ଡ ବଣ୍ଟନ ପ୍ରକ୍ରିୟାରେ ସାମିଲ ପାଇଁ ଆସିବା ପରେ ଏପରି ଢଙ୍ଗରେ ବିରୋଧ କରାଯାଇଥିବା ବେଳେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ଅଟକ ରଖିଛି । ତେବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତାଙ୍କୁ ନ୍ୟାୟ ଦାବି କରି ବିରୋଧୀ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି ।
ଏହା ବି ପଢନ୍ତୁ: ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ କଟକ-ଖୋର୍ଦ୍ଧା
ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜାରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (Biju Swasthya Kalyan Yojana) ଯୋଜନାରେ ଜାରି ରହିଛି ଏହି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ଏହି କ୍ରମରେ ଗତକାଲି(ରବିବାର) ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆଜି (ସୋମବାର) ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ (Smart health card) ବାଣ୍ଟିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ମୁଖ୍ୟମନ୍ତ୍ରୀ କଟକରେ ସ୍ମାର୍ଟ କାର୍ଡ ବାଣ୍ଟି ଖୋର୍ଦ୍ଧା ଗସ୍ତ କରିଛନ୍ତି ।
ଏହି ଯୋଜନା ମାଧ୍ୟମରେ ଜିଲ୍ଲାରୁ ପାଖାପାଖି ୫ ଲକ୍ଷ ୫ ହଜାରରୁ ଅଧିକ ହିତାଧିକାରୀ କାର୍ଡ ଦ୍ବାରା ଉପକୃତ ହେବାକୁ ଯାଉଛନ୍ତି । ଏହା ପରେ ଜିଲ୍ଲାରେ ୨୬୭ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ୧୪୫୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବାଲିଯାତ୍ରା ପଡି଼ଆରେ ସଭାସ୍ଥଳ ଓ ହେଲିପ୍ୟାଡ଼ ନିକଟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ