ETV Bharat / state

ପିଆଜ ବଜାରରେ ନିଆଁ, ଗ୍ରାହକ ଛାନିଆ

ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ, ଏବେ କିଲୋ ପିଛା ଦର 90 ରୁ 100 ଟଙ୍କା ହୋଇଛି । ଯାହାକୁ ନେଇ ଗ୍ରାହକ ପିଆଜରୁ ମୁହଁ ଫେରାଇ ନେଇଛନ୍ତି । ଅଧିକ ପଢ଼ନ୍ତୁ...

ପିଆଜ ବଜାରରେ ନିଆଁ, ଗ୍ରାହକ ଛାନିଆଁ
author img

By

Published : Nov 23, 2019, 10:18 PM IST

କଟକ: ହୁ ହୁ ହୋଇ ବଢୁଛି ପିଆଜ ଦର । 3 ଦିନ ତଳେ ପିଆଜ କିଲୋପ୍ରତି 50ରୁ 60ରେ ବିକ୍ରୟ ହେଉଥିଲା। ତେବେ ଶନିବାର ଏହାର ଦର 90 ରୁ 100 ଟଙ୍କା ରହିଛି । ପିଆଜ ଦର ବୃଦ୍ଧି, କେବଳ ଖାଉଟିଙ୍କୁ ପ୍ରଭାବିତ କରିଛି ତାହା ନୁହେଁ ବରଂ ବ୍ୟବସାୟୀଙ୍କ ବେପାରରେ ପ୍ରତିବନ୍ଧକ ସୃଷ୍ଟି କରିଛି ।

ପିଆଜ ବଜାରରେ ନିଆଁ, ଗ୍ରାହକ ଛାନିଆଁ

ଗୋଦାମରେ ପିଆଜ ଦର କିଲୋ ପ୍ରତି 80 ରୁ 85 ଟଙ୍କାରେ ମିଳୁଥିବା ବେଳେ, ବାହାର ଦୋକାନରେ ଏହା କିଲୋ ପ୍ରତି 90 ରୁ 100 ଟଙ୍କା ଦରରେ ବିକ୍ରୟ ହେଉଛି । ପିଆଜ ବଜାରରେ ସତେ ଯେପରି ନିଆଁ ଲାଗିଛି । ପିଆଜ ଏକ ଆବଶ୍ୟକୀୟ ସାମଗ୍ରୀ ହୋଇଥିଲା ବେଳେ ଏହାର ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି । ଖାଉଟି ଏବେ ପିଆଜରୁ ମୁହଁ ଲେଉଟେଇଲେଣି । ସେତିକି ଆବଶ୍ୟକ ନପଡିଲେ ପିଆଜ କିଣୁ ନାହାଁନ୍ତି ଗ୍ରାହକ । ଆବଶ୍ୟକ ପଡିଲେ ଏକ କିଲୋ ବଦଳରେ ଶହେ ଗ୍ରାମ, ଅଢ଼େଇ ଶହ ନେଉଛନ୍ତି ଗ୍ରାହକ । ତେବେ ଏହା ଦ୍ବାରା ଖୁଚୁରା ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେଉଛନ୍ତି ।

ପିଆଜ ପାଇଁ ସାଧାରଣତଃ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରିଥାଉ । ବିଷେକରି ଆନ୍ଧ୍ରପ୍ରଦେଶ, ନାସିକ, କର୍ଣ୍ଣାଟକ ଆଦି ରାଜ୍ୟ ଉପରେ ନିର୍ଭର ପିଆଜ ପାଇଁ ନିର୍ଭର କରିବାକୁ ପଡ଼େ । ତେବେ ଅମଳ ସମୟରେ ବନ୍ୟା ହେବା କାରଣରୁ ପିଆଜ ନଷ୍ଟ ହୋଇଯାଇଛି। ଯାହା ଫଳରେ ପର୍ଯ୍ୟାପ୍ତ ପରିମାଣର ପିଆଜ ରାଜ୍ୟକୁ ଆସି ପାରୁନାହିଁ। ତେବେ ପ୍ରତ୍ୟକ ଦିନ ଛତ୍ରବଜାର ପରିବା ମଣ୍ଡିରେ 7 ରୁ 10 ଟ୍ରକ ପିଆଜ ଆବଶ୍ୟକ ଥିଲା ବେଳେ ଏବେ ଦୈନିକ ମାତ୍ର ଗୋଟିଏ ଟ୍ରକ ପିଆଜ ବଜାରକୁ ଆସୁଛି । ଅମଳ ହେବା ପର୍ଯ୍ୟନ୍ତ ଏହାର ଅଭାବ ରହିବ । ତେବେ ଏହାର ଦର ଆଗକୁ ଆହୁରି ବୃଦ୍ଧି ପାଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ବ୍ୟବସାୟୀ । ରାଜ୍ୟରେ ପିଆଜ ଚାଷ ଉପରେ ଗୁରୁତ୍ୱ ଦିଆଗଲେ ପିଆଜର ଅଭାବ ଦୂର ହେବ । ତେବେ ସରକାର ଏନେଇ ଚିନ୍ତା କରିବାର ଆବଶ୍ୟକ ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ହୁ ହୁ ହୋଇ ବଢୁଛି ପିଆଜ ଦର।୩ ଦିନ ତଳେ ପିଆଜ କିଲୋପ୍ରତି ୫୦ ରୁ ୬୦ ରେ ବିକ୍ରୟ ହେଉଥିଲା।ତେବେ ଆଜି ଏହାର ଦର ୯୦ ରୁ ୧୦୦ ଟଙ୍କା ହୋଇଛି।ପିଆଜ ଦର ବୃଦ୍ଧି, କେବଳ ଖାଉଟିଙ୍କୁ ପ୍ରଭାବିତ କରିଛି ତାହା ନୁହେଁ ବରଂ ବ୍ୟବସାୟୀ ଙ୍କ ବେପାର ରେ ପ୍ରତିବନ୍ଧକ ସୃଷ୍ଟି କରିଛି।

Body:(ଭିଓ -୧) ଆକାଶଛୁଆଁ ପିଆଜ ଦର।ଦୁଇ ଦିନ ତଳେ ଯେଉଁ ପିଆଜ କିଲୋପ୍ରତି ୫୦ ରୁ ୬୦ ଟଙ୍କା ଦର ରେ ବଜାରରେ ବିକ୍ରୟ ହେଉଥିଲା ,ତାହା ଏବେ ବୃଦ୍ଧି ପାଇଛି।ଗୋଦାମ ରେ ପିଆଜ ଦର କିଲୋପ୍ରତି ୮୦ ରୁ ୮୫ ଟଙ୍କା ରେ ମିଳୁଥିଲା ବେଳେ ,ବାହାର ଦୋକାନରେ ଏହା କିଲୋପ୍ରତି ୯୦ ରୁ ୧୦୦ ଟଙ୍କାରେ ବିକ୍ରୟ ହେଉଛି ।ପିଆଜ ବଜାରରେ ସତେ ଯେପରି ନିଆଁ ଲାଗିଛି।ପିଆଜ ଏକ ଆବଶ୍ୟକୀୟ ପରିବା ହୋଇଥିଲାବେଳେ ଏହାର ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।ଖାଉଟି ଏବେ ପିଆଜ ରୁ ମୁହଁ ଲେଉଟେଇଲେଣି।ସେତିକି ଆବଶ୍ୟକ ନପଡିଲେ ପିଆଜ କିଣୁ ନାହାନ୍ତି ଗ୍ରାହକ।ଆବଶ୍ୟକ ପଡିଲେ ଏକ କିଲୋ ବଦଳରେ ଶହେ ,ଅଢେଇଶହ ନେଉଛନ୍ତି ଗ୍ରାହକ।ତେବେ ଏହାଦ୍ୱାରା ଖୁଚୁରା ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେଉଛନ୍ତି।

ବାଇଟ - ଗ୍ରାହକ।
ବାଇଟ - ଗ୍ରାହକ।
ବାଇଟ - ବ୍ୟବସାୟୀ।

(ଭିଓ -୨) ପିଆଜ ପାଇଁ ସାଧାରଣତଃ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରିଥାଉ।ବିଷେକରି ଆନ୍ଧ୍ରପ୍ରଦେଶ, ନାସିକ,କର୍ଣ୍ଣଟକ ଆଦି ରାଜ୍ୟ ଉପରେ ନିର୍ଭର କରିଥାଉ।ତେବେ ଅମଳ ସମୟରେ ବନ୍ୟା ହେବା କାରଣରୁ ପିଆଜ ନଷ୍ଟ ହୋଇଯାଇଛି।ଜାହାଫଳରେ ପର୍ୟାପ୍ତ ପରିମାଣର ପିଆଜ ରାଜ୍ୟ କୁ ଆସିପାରୁନାହିଁ।ତେବେ ପ୍ରତ୍ୟକଦିନ ଛତ୍ରବଜାର ପରିବା ମଣ୍ଡିରେ ୭ ରୁ ୧୦ ଟ୍ରକ ପିଆଜ ଆବଶ୍ୟକ ଥିଲା ବେଳେ ଏବେ ଏହା ଦୈନିକ ମାତ୍ର ଗୋଟିଏ ଟ୍ରକ ପିଆଜ ବଜାରକୁ ଆସୁଛି।ଅମଳ ହେବା ପର୍ଯ୍ୟନ୍ତ ଏହାର ଅଭାବ ରହିବ।ତେବେ ଏହାର ଦର ଆଗକୁ ଆହୁରି ବୃଦ୍ଧି ପାଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ବ୍ୟବସାୟୀ ।

ବାଇଟ - ଦେବେନ୍ଦ୍ର ନାଥ ସାହୁ,ସମ୍ପାଦକ,ଛତ୍ରବଜାର ବ୍ୟବସାୟୀ ସଂଘ।

Conclusion:ରାଜ୍ୟରେ ପିଆଜ ଚାଷ ଉପରେ ଗୁରୁତ୍ୱ ଦିଆଗଲେ ପିଆଜର ଅଭାବ ଦୂର ହେବ।ତେବେ ସରକାର ଏନେଇ ଚିନ୍ତା କରିବା ଆବଶ୍ୟକ।କଟକରୁ ନାରାୟଣ ସାହୁ ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.