ETV Bharat / state

କନେଷ୍ଟବଳ ନିଯୁକ୍ତି ପ୍ରସଙ୍ଗ, ୪ବର୍ଷ ବୟସ ସୀମା ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jan 24, 2023, 9:36 PM IST

ସାଧାରଣ ବର୍ଗର ପ୍ରାର୍ଥିଙ୍କ ଲାଗି ବୟସ ସୀମା ୧୮ ରୁ ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା। ଏହି ବୟସ ସୀମା ବୃଦ୍ଧି ଲାଗି ପାର୍ଥନା କରି ଆବେଦନକାରୀ ମାନେ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ଙ୍କ ପକ୍ଷରୁ ଯୁକ୍ତିରେ କୁହା ଯାଇଥିଲା ,୨୦୧୮ ମସିହାରେ ଶେଷ ଥର ପାଇଁ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚାରିବର୍ଷ ଧରି କରୋନା ପାଇଁ ଆଉ ଏହି ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: 2022 ଓଡିଶା ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ବୃଦ୍ଧି କଲେ ହାଇକୋର୍ଟ। ସମସ୍ତ ବର୍ଗରେ 4 ବର୍ଷ ସମୟସୀମା ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃଆରୀ 10 ତାରିଖ ଯାଏଁ ଆବେଦନ ଗ୍ରହଣ କରି, ସେହି ମାସ 20 ତାରିଖରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା 30 ତାରିଖ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ଚଳିତ ବିଜ୍ଞପ୍ତି ପାଇଁ ସମୟସୀମା ବୃଦ୍ଧି କାର୍ଯ୍ୟକାରୀ ହେବ। ପୋଲିସ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

୨୦୨୨ ରେ ୪ ହଜାର ୭୯୦ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ଯେଉଁ ବୟସ ସୀମା ଧାର୍ଯ୍ୟ ହୋଇଛି ସେଥିରେ ବୃଦ୍ଧି ଲାଗି ପ୍ରାର୍ଥନା କରି ହାଇକୋର୍ଟ ରେ ମାମଲା ରୁଜୁ କରାଯାଇଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପୂର୍ବରୁ ରାୟ ସଂରକ୍ଷିତ ରଖିଥିଲେ। ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୨ ଡିସେମ୍ବର ୩୦ ତାରିଖରେ କନେଷ୍ଟବଳ ପଦରେ ନିଯୁକ୍ତି ଲାଗି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସାଧାରଣ ବର୍ଗର ପ୍ରାର୍ଥିଙ୍କ ଲାଗି ବୟସ ସୀମା ୧୮ ରୁ ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା। ଏହି ବୟସ ସୀମା ବୃଦ୍ଧି ଲାଗି ପାର୍ଥନା କରି ଆବେଦନକାରୀ ମାନେ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀ ଙ୍କ ପକ୍ଷରୁ ଯୁକ୍ତିରେ କୁହା ଯାଇଥିଲା ,୨୦୧୮ ମସିହାରେ ଶେଷ ଥର ପାଇଁ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚାରିବର୍ଷ ଧରି କରୋନା ପାଇଁ ଆଉ ଏହି ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏବେ ଏହି ଚାରିବର୍ଷ ପରେ ବିଜ୍ଞପ୍ତି ପ୍ରକାଶ ପାଇବାରୁ ଅନେକ ଆଶାୟୀ ପ୍ରାର୍ଥିଙ୍କ ବୟସ ସୀମା ୨୩ ଟପି ଯାଇଛି। ଫଳରେ ସେମାନେ ଏହି ପଦ ପାଇଁ ଆଉ ଆବେଦନ କରିପାରିବେ ନାହିଁ।

ଅନ୍ୟପଟେ ରାଜ୍ୟ ଗୃହ ବିଭାଗ ୨୦୨୨ ଜାନୁଆରୀ ୧୧ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଥିଲା । ସେଥିରେ କୁହାଯାଇଥିଲା, କରୋନା ପାଇଁ ତିନି ବର୍ଷ ଧରି ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ତେଣୁ ଏବେ ଯେଉଁ ସବୁ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ସେଥିରେ ଧାର୍ଯ୍ୟ ବୟସ ସୀମାକୁ ବୃଦ୍ଧି କରାଯିବ। କିନ୍ତୁ କନେଷ୍ଟବଳ ପଦପାଇଁ ଏହି ବୟସ ସୀମାରେ କୌଣସି ବୃଦ୍ଧି କରାଯାଇନାହିଁ। ଏହା ଉପରେ ରାଜ୍ୟ ସରକାର ମଧ୍ୟ ଯୁକ୍ତି ରଖିଥଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.