ETV Bharat / state

ଟିକା ନେବାକୁ ଆସି ଟୀକାକରଣ କେନ୍ଦ୍ରରେ କାନ୍ଦିଲେ ବୟସ୍କ ମହିଳା... - vaccination center

ଟୀକାକରଣ କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କରି ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି ନିଜର ଗୁହାରି ଶୁଣାଇଛନ୍ତି କଟକ ସିଡିଏ ସ୍ଥିତ ରହୁଥିବା କନକଲତା ରାଉତ । ଅଧିକ ପଢନ୍ତୁ...

ଟୀକାକରଣ କେନ୍ଦ୍ରରେ କାନ୍ଦିଲେ ବୟସ୍କ ମହିଳା
ଟୀକାକରଣ କେନ୍ଦ୍ରରେ କାନ୍ଦିଲେ ବୟସ୍କ ମହିଳା
author img

By

Published : Apr 28, 2021, 10:12 AM IST

କଟକ: ଟୀକାକରଣ କେନ୍ଦ୍ରରେ ବୟସ୍କ ମହିଳାଙ୍କୁ ହତାଦର ଅଭିଯୋଗ । କଟକରେ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ପର୍ଯ୍ୟାୟ ଚାଲିଥିବାବେଳେ ଜଣେ 60 ବର୍ଷୀୟ ବୃଦ୍ଧା ଟିକା ନେବାକୁ ଟୀକାକରଣ କେନ୍ଦ୍ରରେ ପହଞ୍ଚି ଥିଲେ । ମାତ୍ର ଟିକା ନେବାକୁ ଆସି ପୂର୍ବରୁ 2 ଥର ଫେରିଥିବା ବୃଦ୍ଧା ଜଣକ ଦୀର୍ଘ ସମୟ ଅପେକ୍ଷା କରିବା ପରେ ବି ଏଥର ଟିକା ଗଚ୍ଛିତ ନଥିବା କୁହାଯାଇଥିଲା।

ଟୀକାକରଣ କେନ୍ଦ୍ରରେ କାନ୍ଦିଲେ ବୟସ୍କ ମହିଳା

ଯାହାପର ମୂହର୍ତ୍ତରେ ଗୋଟିଏ ଗାଡ଼ିରେ ଟିକା ଆସିଲା। ଆଉ ଅନ୍ୟ ଏକ କେନ୍ଦ୍ରକୁ ପଠାଯିବାକୁ କୁହାଗଲା। ଏହାକୁ ନେଇ ଟୀକାକରଣ କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କରି ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି ନିଜର ଗୁହାରି ଶୁଣାଇଛନ୍ତି କଟକ ସିଡିଏ ସ୍ଥିତ ରହୁଥିବା କନକଲତା ରାଉତ ।

ଟିକା ନେବା ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଟୀକା କେନ୍ଦ୍ରରେ ପହଞ୍ଚିଥିଲେ କନକଲତା। ମାତ୍ର ଦୀର୍ଘ ସମୟ ଅପେକ୍ଷା କରିବା ପରେ ଟିକା ଗଚ୍ଛିତ ନଥିବା କୁହାଯାଇଥିଲା । ଏହା ଶୁଣି ଟିକା ନେବାକୁ ଆସିଥିବା ଅନେକ ବୟସ୍କ ବ୍ୟକ୍ତିମାନେ ବିରୋଧ କରିଥିଲେ। କିଛି ସମୟ ପାଇଁ ବଚସା ମଧ୍ୟ ହୋଇଥିଲା। ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମାତ୍ର ଟିକା ନେବା ପାଇଁ ଲୋକମାନେ ଜିଦ ଧରିବାରୁ ୧୦୦ ଟି ଟିକା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ତେବେ ଏନେଇ କନକଲତା ପଚାରିବାରୁ ଟୀକାକରଣ କେନ୍ଦ୍ରରେ ବୟସ୍କ ବ୍ୟକ୍ତିଙ୍କୁ ସଠିକ ବ୍ୟବହାର ମିଳୁ ନଥିବା ସେ କହିଛନ୍ତି। ଏଥିପ୍ରତି ସରକାର ଯତ୍ନବାନ ହେବା ଉଚିତ ବୋଲି ବୃଦ୍ଧା ଜଣକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.