ETV Bharat / state

ରାଜ୍ୟରେ ରୋଇଂ କ୍ରୀଡାକୁ ସଫଳତା, ଓଡିଶାକୁ ୩ ସ୍ବର୍ଣ୍ଣ

ରାଜ୍ୟରେ ରୋଇଂ କ୍ରୀଡାକୁ ମିଳିଛି ବଡ଼ ସଫଳତା । ଜମ୍ମୁ କଶ୍ମୀରରେ ଖେଳାଯାଇଥିବା ଜାତୀୟ ସବ ଜୁନିୟର ରୋଇଂ ପ୍ରତିଯୋଗିତାରେ ନିଜ ଦମଦାର ପ୍ରଦର୍ଶନ ଦେଖାଇଛନ୍ତି ଓଡିଶା ଖେଳାଳୀ । 7 ଟି ଇଭେଣ୍ଟରେ ଭାଗ ନେଇ 4 ଟି ପଦକ ଜିତି ସଫଳତା ହାସଲ କରିଛି ଓଡିଶା ଦଳ । ଅଧିକ ପଢନ୍ତୁ

ରାଜ୍ୟରେ ରୋଇଂ କ୍ରୀଡା଼କୁ ସଫଳତା, ଓଡି଼ଶାକୁ ୩ ସ୍ବର୍ଣ୍ଣ

author img

By

Published : Jul 10, 2022, 5:30 PM IST

କଟକ: ରାଜ୍ୟ ସରକାର ଖେଳ ଓ ଖେଳାଳୀଙ୍କୁ ସବୁବେଳେ ପ୍ରୋତ୍ସାହିତ କରନ୍ତି । ଓଡିଶାର ଖେଳାଳୀଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରି ଆସିଛନ୍ତି । ଏନେଇ ରାଜ୍ୟର କ୍ରୀଡା଼ବିତମାନେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି । ରାଜ୍ୟରେ ରୋଇଂ କ୍ରୀଡାକୁ ମିଳିଛି ବଡ଼ ସଫଳତା । ଜମ୍ମୁ କଶ୍ମୀରରେ ଖେଳାଯାଇଥିବା ଜାତୀୟ ସବ ଜୁନିୟର ରୋଇଂ ପ୍ରତିଯୋଗିତାରେ ନିଜର ଦମଦାର ପ୍ରଦର୍ଶନ କରିଛନ୍ତି ଓଡିଶାର ଖେଳାଳୀ ।

ରାଜ୍ୟରେ ରୋଇଂ କ୍ରୀଡା଼କୁ ସଫଳତା, ଓଡି଼ଶାକୁ ୩ ସ୍ବର୍ଣ୍ଣ

7 ଟି ଇଭେଣ୍ଟରେ ଭାଗ ନେଇ 4 ଟି ପଦକ ଜିତିବାର ଗୌରବ ହାସଲ କରିଛି ଓଡିଶା ଦଳ । ଏଥିରେ 3 ଟି ସ୍ଵର୍ଣ୍ଣ ପଦକ ଓ ଗୋଟିଏ କାଂସ୍ୟ ପଦକ ରହିଛି । ମୋଟ 14 ଜଣିଆ ଟିମ ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଥିଲା । ଚଲେଞ୍ଜରସ ମହିଳା ଡବଲ, ସୁବଜୁନିୟର ସିଙ୍ଗଲ ମହିଳା ଓ ପୁରୁଷ ଵର୍ଗ ସିଙ୍ଗଲକୁ ମିଳିଛି ସ୍ବର୍ଣ୍ଣ ପଦକ । ସେହିପରି ପୁରୁଷ ଡବଲ ମ୍ୟାଚରେ ବ୍ରୋଞ୍ଜ ମେଡାଲ ହାତେଇଛି ଓଡିଶା ।

ରାଜ୍ୟରେ ରୋଇଂ କ୍ରୀଡାର ବିକାଶ ପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଉଥିବାରୁ ଓଡିଶା ରୋଇଂ ଦଳକୁ ମିଳୁଛି ଉଲ୍ଲେଖନୀୟ ସଫଳତା । ତେବେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ରୋଇଂ ଟିମରେ ଅନେକ ଓଡ଼ିଆ ନଜର ଆସିବେ ବୋଲି କହିଛନ୍ତି ଓଡିଶା ରୋଇଂ କୋଚ ଚୈତନ୍ୟ କୁମାର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.