କଟକ: ରାଜ୍ୟସ୍ତରୀୟ ଅଧିବେଶନ(state-level meeting) ଜରିଆରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲା ଓଡିଶା ପାଇପ ଜଳ କର୍ମଚାରୀ ସଂଘ(Odisha Pipe Water Workers Union) । ଦୀର୍ଘ ବର୍ଷ ବର୍ଷ ଧରି ଯେଉଁ ଦାବି ସମୂହ ରହିଥିଲା ତାହାକୁ ପୂର୍ଣ୍ଣ କରିଛନ୍ତି ରାଜ୍ୟ ସରକାର । ଏହାସହ ଯେଉଁ କେତେଟା ପ୍ରମୁଖ ଦାବି ଯେପରି ସ୍ଥାୟୀ ନିଯୁକ୍ତି , ବେତନ ଵୃଦ୍ଧି ପ୍ରସଙ୍ଗ ଆଦି ଦିଗରେ ବିଭାଗୀୟ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ମଧ୍ୟ ଜଣାଇଛି ସଂଘ।
ବର୍ଷ ବର୍ଷ ଧରି ଜନ ସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ଏହି କର୍ମଚାରୀଙ୍କ ଦିଗରେ ବେଶ ଠୋସ ପଦକ୍ଷେପ ନେଉଛନ୍ତି ସରକାର। ଯାହାଦ୍ବାରା କର୍ମଚାରୀଙ୍କ ମନୋବଳ ବଢିବା ସହ କର୍ମ କ୍ଷେତ୍ରରେ ତତ୍ପରତା ମଧ୍ୟ ବୃଦ୍ଧି ପାଇଛି । ତେବେ ଅନୁଷ୍ଠିତ ବୈଠକରେ ରାଜ୍ୟର କୋଣ ଅନୁକୋଣରୁ ସମସ୍ତ କର୍ମଚାରୀଙ୍କୁ ଏହି ବୈଠକରେ ସାମିଲ କରଯାଇଥିଲା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ