ETV Bharat / state

ଶାରଳା ରିଅଲକନ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ନିଲାମ ଉପରେ ରାହିତାଦେଶ

author img

By

Published : Nov 21, 2022, 9:09 PM IST

ଚିଟଫଣ୍ଡ କମ୍ପାନୀ(Sarala Realcon chit fund company)ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ । ଚିଟଫଣ୍ଡ ସଂସ୍ଥା ଶାରଳା ରିଅଲକନର ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଜାରି କଲେ କୋର୍ଟ । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

ଶାରଳା ରିଅଲକନ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ନିଲାମ ଉପରେ ରାହିତାଦେଶ
ଶାରଳା ରିଅଲକନ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ନିଲାମ ଉପରେ ରାହିତାଦେଶ

କଟକ: ଚିଟଫଣ୍ଡ କମ୍ପାନୀ(Sarala Realcon chit fund company)ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ । ଚିଟଫଣ୍ଡ ସଂସ୍ଥା ଶାରଳା ରିଅଲକନର ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଜାରି କଲେ କୋର୍ଟ । ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଚିଟଫଣ୍ଡ ଦୁର୍ନୀତି ମାମଲାରେ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ କଟକ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶାରଳା ରିଅଲକନ ପ୍ରାଇଭେଟ ଲିମିଟେଡ ନାମକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟପ୍ତି ପାଇଁ ଗତ ଅକ୍ଟୋବର ୧୫ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । 13 କୋଟି 80 ଲକ୍ଷ 69 ହଜାର 875 ଟଙ୍କାର ଜମି, 13 ଲକ୍ଷ 10 ହଜାର 316 ଟଙ୍କା ବ୍ୟାଙ୍କ ବାଲାନ୍ସ, 3 ଲକ୍ଷ 25 ହଜାର 600 ଟଙ୍କା ନଗଦ ଟଙ୍କା ଏବଂ 4 ଟି ଦାମୀ କାର ସ୍କର୍ପିଓ, ପାଜେରୋ, ବିଏମଡବ୍ଲୁ, ଫର୍ଚୁନର ବ୍ୟାଜାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟାଜାପ୍ତି ସମ୍ପତ୍ତି ଆକଳନ କରାଯାଇ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେବା ପାଇଁ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା ସଂସ୍ଥା । ଏହି ମାମଲାର ଶୁଣାଣି ରେରା କୋର୍ଟରେ କରିବାକୁ ପ୍ରାର୍ଥନା କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଶାରଳା ରିଅଲକନ କମ୍ପାନୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.