ETV Bharat / state

HSRP issue: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପରିବହନ ବିଭାଗ - ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । କୋର୍ଟରେ ଆଜି ସତ୍ୟପାଠ ଦାଖଲ କରିଛି ରାଜ୍ୟ ପରିବହନ ବିଭାଗ । ଏକ ମାସ ଅବଧି ବୃଦ୍ଧି କରାଯାଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 31, 2022, 6:22 PM IST

କଟକ: ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । କୋର୍ଟରେ ଆଜି ସତ୍ୟପାଠ ଦାଖଲ କରିଛି ରାଜ୍ୟ ପରିବହନ ବିଭାଗ । ଏକ ମାସ ଅବଧି ବୃଦ୍ଧି କରାଯାଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ନମ୍ବର ପ୍ଲେଟ ପାଇଁ ଆବଶ୍ୟକ ଭିତ୍ତିଭୂମିର କଣ ବିକାଶ ହୋଇଛି ସେନେଇ ଜଣାଇବାକୁ ହାଇକୋର୍ଟ ପୂର୍ବ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ସ୍ଲଟ ବୁକିଂର ସ୍ଥିତି ପ୍ରସଙ୍ଗରେ ମଧ୍ୟ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉଭୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ପରିବହନ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେବଳ ସେତିକି ନୁହଁ hsrp ନିୟମ ଉଲ୍ଲଙ୍ଘନ ହେଲେ କଣ ଜୋରିମାନା ବ୍ୟବସ୍ଥା ରହିଛି ସେନେଇ ସତ୍ୟପାଠ ରେ ଉଲ୍ଲେଖ କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ ।

ବିନା ଭିତ୍ତିଭୂମିରେ HSRP ନିୟମ ଲାଗୁ କରିବାକୁ ବିରୋଧ କରି ଦୁଇ ବରିଷ୍ଠ ନାଗରିକଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ବ୍ୟବସ୍ଥା ନଥାଇ ସମୟସୀମାକୁ ପୂର୍ବରୁ ନାପସନ୍ଦ କରିଥିଲେ କୋର୍ଟ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ । HSRP ରେ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ । କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ୧ ରୁ ଚେକିଂ କଡାକଡି କରିବାକୁ ପୂର୍ବରୁ ପରିବହନ ବିଭାଗର ନିଷ୍ପତ୍ତି ରହିଥିଲା ।

ତେବେ ପରିବହନ ବିଭାଗରୁ ମତାମତ ଆଣି କୋର୍ଟରେ ଉପସ୍ଥାପନ କରିବାକୁ ସରକାରୀ ଓକିଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଡେଡ ଲାଇନ ର ସମୟକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଏହାସହ ଜନ ସାଧାରଣଙ୍କ ସୁବିଧା ପାଇଁ ଗ୍ରାମାଞ୍ଚଳ ମାନଙ୍କରେ ସୁବିଧା କରାଯିବ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ରାଜ୍ୟ ସରକାର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.