କଟକ: ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡ଼ିଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ କଥା ହେଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦଶକ । ଏଥିରେ କୋରୋନା ମୁକାବିଲା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।
ମେ ୩ ପରେ ପ୍ରବାସୀ ଶ୍ରମିକଙ୍କ ରାଜ୍ୟକୁ ଫେରିବା ନେଇ ପୋଲିସର ଭୂମିକା କିଭଳି ରହିବ, ନୂତନ ଆଦେଶ ମୁତାବକ ପୋଲିସ କର୍ମଚାରୀଙ୍କ ପୁନଃ ମୁତୟନ, ଥାନା ଗୁଡ଼ିକରେ ଦୈନନ୍ଦିନ କାର୍ଯ୍ୟ, ପୋଲିସ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ, ଯାଜପୁର, ଭଦ୍ରକ, ଓ ବାଲେଶ୍ଵର ଜିଲ୍ଲାରେ ଲାଗୁ ହୋଇଥିବା ସଟଡାଉନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ସ୍ୱତନ୍ତ୍ର ଡିଜି ଗୁଇନ୍ଦା, ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା, ଗୁଇନ୍ଦା ଆଇଜି ପ୍ରମୁଖ ଉପସ୍ଥିତ ଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ