ETV Bharat / state

ଜରିପାଲ ତଳେ ରାଷ୍ଟ୍ରପତି: ଅତିରିକ୍ତ ସତର୍କତା ନିଆଯାଇଥିବା କହିଲେ ମୁଖ୍ୟ ଶାସନ ସଚିବ

author img

By

Published : Jul 27, 2023, 10:22 PM IST

Updated : Jul 27, 2023, 10:56 PM IST

ଇଣ୍ଡୋର ଷ୍ଟାଡିୟମରେ ଜରିପାଲ ତଳେ ରାଷ୍ଟ୍ରପତି । ଅତିରିକ୍ତ ସତର୍କତା ନିଆଯାଇ ଜରିପାଲରେ ଷ୍ଟାଡିୟମକୁ ଘୋଡାଯାଇଥିଲା କହିଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

Etv Bharat
Etv Bharat
ଅତିରିକ୍ତ ସତର୍କତା ନିଆଯାଇଥିବା କହିଲେ ମୁଖ୍ୟ ଶାସନ ସଚିବ

କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମ ପାଇଁ ଇଣ୍ଡୋର ଷ୍ଟାଡିୟମକୁ ଜରି ପାଲରେ ଘୋଡ଼ାଇବା ଘଟଣା । ଏ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଇଣ୍ଡୋର ଷ୍ଟାଡିୟମ ମରାମତି ନେଇ ଗୋଟିଏ ପଟେ ପ୍ରଶ୍ନ ଉଠିଥିବା ବେଳେ ଅନ୍ୟପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବର୍ଷା ପାଇଁ ଅତିରିକ୍ତ ସତର୍କତାମୂଳକ ଜରିପାଲି ଘୋଡ଼ାଯାଇଥିଲା । କୌଣସି ଅଘଟଣକୁ ଏଡ଼ାଇବା ଲାଗି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା ବୋଲି କହିଛନ୍ତି ପ୍ରଦୀପ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ଲାଗି ଇଣ୍ଡୋର ଷ୍ଟାଡିୟମ ଆସିବାର ଅନେକ ଦିନରୁ ସବୁ ଦିଗରେ ପ୍ରସ୍ତୁତି ଶେଷ ହୋଇଥିଲା । ଏପରିକି ଗସ୍ତର କିଛି ସମୟ ପୂର୍ବରୁ ଇଣ୍ଡୋର ଷ୍ଟାଡିୟମକୁ ଚାରି ଆଡୁ ସଠିକ ଓ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଷ୍ଟାଡିୟମର ଛାତ ଉପରେ ଜରିପାଲ ପଡିବା ନେଇ ଉଙ୍କି ମାରିଥିଲା ପ୍ରଶ୍ନ । ତେବେ ଏହି ଦିଗରେ ସିଧାସଳଖ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସେ କହିଛନ୍ତି, "ଆମେ କୌଣସି ଚାନ୍ସ ନେବାକୁ ଚାହିଁ ନଥିଲୁ । ଏହା ଅର୍ଥ ନୁହେଁ ଯେ କେବଳ ଛାତ ଥିଲେ ପାଣି ଗଳିଥାନ୍ତା । କାରଣ ପୂର୍ବରୁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା । ତେବେ ଇଣ୍ଡୋରର ଛାତକୁ ଜରି ପକାଇବାର ଅର୍ଥ କିଛି ଅଲଗା ।"

ଏହା ବି ପଢନ୍ତୁ- ଜରିପାଲ ତଳେ ଭାଷଣ ଦେଲେ ରାଷ୍ଟ୍ରପତି, କଟକରେ ମହାମହିମଙ୍କୁ ଅସମ୍ମାନ !

ସେ ଆହୁରି କହିଛନ୍ତି, "କାହିଁକି ନାଁ ପାଣିପାଗ ବିଭାଗ ଆକଳନ କରିଥିଲା ଯେ ରାଷ୍ଟ୍ରପତିଙ୍କ କଟକ ଗସ୍ତ ଦିନ ବଡ଼ ବର୍ଷା ସମ୍ଭାବନା ରହିଛି । ଏହାକୁ ନଜରରେ ରଖି କୌଣସି ଚାନ୍ସ ନିଆଯାଇନଥିଲା ।" ସେପଟେ ଇଣ୍ଡୋର ଷ୍ଟାଡିୟମ 1999 ମସିହାରେ ନିର୍ମାଣ ହୋଇଥିବା ବେଳେ ଇତି ମଧ୍ୟରେ ୨୩ ବର୍ଷ ବିତି ସାରିଛି । ଏହି ଷ୍ଟାଡିୟମ ବିକାଶ କରିବା ପାଇଁ ଉଭୟ କ୍ରୀଡ଼ା ବିଭାଗ ଓ ପୂର୍ତ୍ତ ବିଭଗ ସହ ଆଲୋଚନା କରାଯିବ । ଆବଶ୍ୟକ ପଡ଼ିଲେ ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସୂଚନା ଥାଉ କି ରାଷ୍ଟ୍ରପତି ଗତକାଲି କଟକ ଗସ୍ତ କରିଥିଲେ । ପ୍ରଥମେ ଚଣ୍ଡୀ ମନ୍ଦିର ଗସ୍ତ କରିବା ପରେ ଶୈଳବାଳା କଲେଜ, ନେତାଜୀ ମ୍ୟୁଜିୟମ, ଇଣ୍ଡୋର ଷ୍ଟାଡିୟମ, ହାଇକୋର୍ଟ ମ୍ୟୁଜିୟମ, ଏସ୍‌ସିବି ବଡ଼ ମେଡିକାଲ କଲେଜ ଓ ଶେଷରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଭୁବନେଶ୍ବର ଫେରିଯାଇଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ କଟକରେ ମୋଟ 55 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା । ଆସିବାଠୁ ଯିବା ପର୍ଯ୍ୟନ୍ତ ସ୍ବତନ୍ତ୍ର କାରକେଡର ବ୍ୟବସ୍ଥା ହୋଇଥିଲା । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କଟକର ଅନେକ ଅଫିସକୁ ମଧ୍ୟ ବନ୍ଦ ରଖାଯାଇଥିଲା । ଆଜି ଗସ୍ତର ଶେଷ ଦିନରେ ଅପରାହ୍ନ ସାଢେ ୪ଟାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jul 27, 2023, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.