ETV Bharat / state

BSE Matric Result 2023: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୬.୪%

author img

By

Published : May 18, 2023, 10:18 AM IST

Updated : May 18, 2023, 2:25 PM IST

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ୯୬.୪ ପ୍ରତିଶତ । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ରେଜଲ୍ଟ । ଅଧିକ ପଢନ୍ତୁ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
BSE Matric Result 2023

କଟକ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଚଳିତ ବର୍ଷ ପାସ୍ ହାର 96.4 ପ୍ରତିଶତ ରହିଛି । A1 ଗ୍ରେଡରେ ପାସ୍ କରିଛନ୍ତି 4158 ଜଣ ଛାତ୍ରଛାତ୍ରୀ । ସେହିପରି A2 ଗ୍ରେଡରେ 35,838 ଜଣ ଛାତ୍ରଛାତ୍ରୀ, B1 ଗ୍ରେଡରେ 77,567 ଏବଂ B2 ଗ୍ରେଡରେ 1,18,751 ଜଣ ପାସ୍ କରିଛନ୍ତି । ଚଳିତ ବର୍ଷ ପରୀକ୍ଷାରେ 7,645 ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ।

ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଛାତ୍ରୀଙ୍କ ପାସହାର 97.05 ପ୍ରତିଶତ ଓ ଛାତ୍ରଙ୍କ 95.75 ପ୍ରତିଶତ ଅଛି । କଟକ ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ 97.99 ପ୍ରତିଶତ ପାସହାର ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରିନଥିଲା ।

ଆଜି ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ବୋର୍ଡ ୱେବ ସାଇଟ www.bseodisha.ac.inରେ ପରୀକ୍ଷା ଫଳ ଜାଣିହେବ । ଏହାସହିତ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ନିଜ ମୋବାଇଲରୁ OR10 ଏବଂ ରୋଲ ନମ୍ବରକୁ ଟାଇପ କରି 5676750କୁ ପଠାଇଲେ ରେଜଲ୍ଟ ଜାଣିପାରିବେ । ତେବେ ଆଜି ମାଟ୍ରିକ ସହ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ରାଜ୍ୟରେ ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଓଡିଶାକୁ 8 ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୧୦ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୦ ତାରିଖ ଯାଏଁ ଚାଲିଥିଲା । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ମାଓ ଆଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ହୋଇଥିଲା । ସେଥିମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନଗିରିରେ ୧୦ଟି ଥାନାରେ ଏହି ନୋଡାଲ ସେଣ୍ଟର ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରଗୁଡିକ ୧୦ କିମି ଭିତରେ କରାଯାଇଥିଲା । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଥିଲା ।

ଇଟିଭି ଭାରତ, କଟକ

Last Updated : May 18, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.