କଟକ: ଭଦ୍ରକ ଧାମନଗର ନିର୍ବାଚନୀ ହିଂସାରେ ଛୁରା ମାଡ଼ରେ ଜଣେ ଗୁରୁତର ଆହତ ହୋଇଛି । ଆଜି ଆହତ ବ୍ୟକ୍ତିଙ୍କୁ SCB ମେଡିକାଲରେ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏସିବି ମେଡିକାଲ କାଜୁଆଲଟିରେ ଆଡମିଟ ଥିବା ଆହତ ରମେଶ ଲେଙ୍କାଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଛନ୍ତି ସମୀର ।
ତେବେ କ୍ଷମତାକୁ ଜାବୁଡି ବସିବା ପାଇଁ ରକ୍ତ ମୁଖା ସାଜିଛି ଶାସକ ଦଳ । ଏହା ଏବେ ସ୍ୱଚ୍ଛ ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇଛି । ବୁଥ ମଧ୍ୟରେ ଜନତାଙ୍କୁ ଆକ୍ରମଣ କରିବା ଆଇନ ଶୃଙ୍ଖଳା ଉପରେ ମଧ୍ୟ ପ୍ରଶ୍ନ ଘେରକୁ ଟାଣୁଛି । ତେବେ ଏହି ଘଟଣାକୁ ନିନ୍ଦା କରିବା ସହ ଏହି ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ