ETV Bharat / state

ବଢ଼ିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆବେଦନ ତାରିଖ, ଆସନ୍ତା ୫ ତାରିଖ ସୁଦ୍ଧା କରିହେବ ଫର୍ମଫିଲଅପ୍‌

ବଢ଼ିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ ତାରିଖ । ଆସନ୍ତା ୫ ତାରିଖ ସୁଦ୍ଧା କରିହେବ ଫର୍ମଫିଲଅପ୍‌ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 30, 2023, 9:56 PM IST

କଟକ: ବଢ଼ିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ ତାରିଖ । HSC ଏବଂ SOSC ପରୀକ୍ଷାର୍ଥୀଙ୍କ ଅନଲାଇନ ତାରିଖ ଏବଂ ମଧ୍ୟମା ପରୀକ୍ଷାର ଅଫଲାଇନ୍‌ ତାରିଖ ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ବୋର୍ଡ଼ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାସ ୫ ତାରିଖ ଏହାର ଶେଷ ତାରିଖ । ଅର୍ଥାତ ଏହି ତାରଖ ସୁଦ୍ଧା ମାଟ୍ରିକ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ କରିପାରିବେ । ତେବେ ଏହାପରେ ଆଉ ସମୟ ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ଼ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆସନ୍ତା ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହେବ ମାଟ୍ରିକ ପରୀକ୍ଷା । ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ଏହି ସମୟ ମଧ୍ୟରେ ପରୀକ୍ଷା କରାଯିବ । ପରବର୍ତ୍ତୀ ସମୟରେ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରକାଶ କରାଯିବ ବୋଲି ବୋର୍ଡ ଘୋଷଣା କରିଛି । ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀମାନେ କେବଳ ଗୋଟିଏ ପରୀକ୍ଷା ଦେବେ । ମାଟ୍ରିକ ପରୀକ୍ଷାର୍ଥୀ ମାନେ ଏଥର ଅର୍ଦ୍ଧବାର୍ଷିକ ପରୀକ୍ଷା ଦେବେ। ସେପ୍ଟେମ୍ବର ୧୩ ରୁ ୧୬ ଯାଏଁ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ଉକ୍ତ ପରୀକ୍ଷା ପାଇଁ କେବଳ ପ୍ରଶ୍ନପତ୍ର ଦେବ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପରୀକ୍ଷା ଆୟୋଜନ କରିବେ । ନିଜ ନିଜ ସ୍କୁଲରେ ଏହି ପରୀକ୍ଷା କରାଯିବ।

ଏହା ବି ପଢନ୍ତୁ- Matric Exam: ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା

ସବୁଠାରୁ ବଡ଼ କଥା ହେଉଛି ଚଳିତବର୍ଷ ପରୀକ୍ଷା ଢାଞ୍ଚା ରେ ପରିବର୍ତ୍ତନ କରାଯାଇଛି । କୋଭିଡ଼ ପାଇଁ ପୂର୍ବରୁ ପରୀକ୍ଷାର୍ଥୀମାନେ ଦୁଇ ଥର ପରୀକ୍ଷା ଦେଇଥିଲେ ଏବଂ ସବଜେକ୍ଟିଭରେ ୩୦ ମାର୍କର ପରୀକ୍ଷା ଦେଉଥିଲେ । ମାତ୍ର ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏଥର ପରୀକ୍ଷାର୍ଥୀମାନେ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷା ଦେବେ । ସବଜେକ୍ଟିଭରେ ୫୦ ମାର୍କ ଏବଂ ଅବଜେକ୍ଟିଭରେ ୫୦ ମାର୍କର ପରୀକ୍ଷା ଦେବେ । ବାର୍ଷିକ ପରୀକ୍ଷାରେ ଯେଉଁ ୧୦୦ ମାର୍କର ପରୀକ୍ଷା ଦେବେ ସେଥିରୁ ୮୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ ।

ଅର୍ଥାତ ୧୦୦ ମାର୍କରୁ ୮୦ ପ୍ରତିଶତ ଓଏଟେଜ ଏବଂ ଇଣ୍ଟରନାଲ ଓ ଆସ୍ପେରେଶନାଲ କମ୍ପୋନେଟରୁ ୨୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୨ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ୧୨ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ପରୀକ୍ଷାର ୬ ମାସ ପୂର୍ବରୁ ତାରିଖ ଘୋଷଣା ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ପାଇଁ ଏହା ବେଶ ସହାୟକ ହେବ ବୋଲି ବୋର୍ଡ଼ ଉପସଭାପତି ଡଃ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.