ETV Bharat / state

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ - ଝରଣା ଦାସ

ପରଲୋକରେ ବର୍ଷିଆନ ଅଭିନେତ୍ରୀ ଝରଣା ଦାସ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ
ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ
author img

By

Published : Dec 2, 2022, 8:20 AM IST

Updated : Dec 2, 2022, 10:24 AM IST

କଟକ: ବର୍ଷିଆନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ(veteran Ollywood actress Jharana Das passes away) । କଟକ ଚଣ୍ଡୀ ରୋଡ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ୮୨ ବର୍ଷ ବୟସରେ ଏହି ଅଭିନେତ୍ରୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଝରଣା ଦାସ ଓଲିଉଡ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ନିଖୁଣ ଅଭିନୟର ଯାଦୁରେ ଦର୍ଶନଙ୍କୁ ବାନ୍ଧି ରଖୁଥିଲେ । ତାଙ୍କର ମୃତ୍ୟୁରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଶେଷ ଦର୍ଶନ ପାଇଁ ଓଲିଉଡର ବହୁ କଳାକାର ତାଙ୍କ ବାସଭବନରେ ପହଞ୍ଚିଛନ୍ତି ।

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

୧୯୬୪ ମସିହାରେ ନିର୍ମିତ ଅମଡା ବାଟ ଓଡିଆ କଥାଚିତ୍ର ମାଧ୍ୟମରେ ଝରଣା ଦାସ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ । ଏହାପରେ ୧୯୬୫ ମସିହାରେ ସେ ମଲାଜହ୍ନ ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଟିଥିଲେ । ଅଦିନ ମେଘ, ସମୟ ବଡ ବଳବାନ, ଶ୍ରୀଜଗନ୍ନାଥ, କସ୍ତୁରୀ, ଲାଲ୍ ପାନ ବିବି, ସୁନା ଭାଉଜ, ଆ ଜହ୍ନରେ ଲେଖିବା ନାହିଁ, ପୂଜା ଫୁଲ, ହୀରାନୀଳା, ହିସାବ ନିକାସ ଇତ୍ୟାଦି ଫିଲ୍ମରେ ଅଭିନୟ କରିଥିଲେ । ସେ ନିଜର ନିଖୁଣ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ଓଡିଆ ଚଳଚ୍ଚିତ୍ର ବ୍ୟତୀତ ଏହି ବର୍ଷିଆନ ଅଭିନେତ୍ରୀ ଆକାଶବାଣୀ ଓ ଦୂରଦର୍ଶନରେ କାମ କରିଥିଲେ ।

ଏହାମଧ୍ୟ ପଢନ୍ତୁ: 100 କିମି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଲା 4 ବର୍ଷ, ପୋଷ୍ଟାଲ ବିଭାଗ କାର୍ଯ୍ୟ ଉପରେ ପ୍ରଶ୍ନ

କଟକର ଚାନ୍ଦିନି ଚୌକ ସ୍ଥିତ ଖ୍ରୀଷ୍ଟିଆନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ଝରଣା ଦାସ((Odia actress Jharana Das) ଅଭିନୟ ବ୍ୟତୀତ ଖ୍ୟାତିନାମା ଓଡିଶୀ ନୃତ୍ୟୁଗୁରୁ କେଳୁଚରଣ ମହାପାତ୍ରାଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଜୟଦେବ ପୁରସ୍କାର, ଓଡିଶା ଲିଭିଙ୍ଗ, ଲିଜେଣ୍ଡ ଆୱାର୍ଡ ଆଦି ସମ୍ମାନ ଲାଭ କରିଥିଲେ ।

ଇଟିଭି ଭାରତ, କଟକ

Last Updated : Dec 2, 2022, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.