ETV Bharat / state

ଶନିବାରଠାରୁ କଟକରେ ଲାଗିବ ଅଡ-ଇଭେନ ଫର୍ମୁଲା - କଟକ ଲାଟେଷ୍ଟ ନ୍ୟୁଜ୍‌

odd-even formula in cuttack, cuttack latest news, cuttack traffic rule for corona, କୋରୋନା ପାଇଁ କଟକର ଟ୍ରାଫିକ ବ୍ୟବସ୍ଥା, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ ଅଡ-ଇଭେନ ଫର୍ମୁଲା
ଶନିବାରଠାରୁ କଟକରେ ଲାଗିବ ଅଡ-ଇଭେନ ଫର୍ମୁଲା
author img

By

Published : Mar 20, 2020, 10:01 PM IST

Updated : Mar 20, 2020, 10:58 PM IST

19:17 March 20

କଟକ: କୋରୋନା ସତର୍କତା ପାଇଁ ସିଲଭର ସିଟିରେ ଜାରି ହେଲା ଗାଡି ଚଳାଚଳ ଉପରେ କଟକଣା । ଶନିବାରଠାରୁ କଟକରେ ଲାଗୁ ହେବ ଅଡ-ଇଭେନ ଫର୍ମୁଲା । ଏହି ଆଧାରରେ ମାର୍ଚ୍ଚ 21 ତାରିଖ, ଶନିବାର ଅଯୁଗ୍ମ ନଂ ଗାଡି ଚଳାଚଳ ସହ ନିୟମ ପାଳନ ଆରମ୍ଭ ହେବ । ପରେ ରବିବାର ଦିନ ଯୁଗ୍ମ ନଂ ଗାଡି ଚଳାଚଳ କରିବ ।  

ଏହି କ୍ରମରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ ହେବ ଅଡ-ଇଭେନ ଫର୍ମୁଲା । ସମସ୍ତ ଚାରି ଚକିଆ ଓ ତିନି ଚକିଆ ଗାଡି ପାଇଁ ଏହି ନିୟମ ପ୍ରଯୁଜ୍ୟ । ଏନେଇ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।  

Even number / ଯୁଗ୍ମ ସଂଖ୍ୟା = 0,2,4,6,8ରେ ଶେଷ ହେଉଥିବା ଗାଡି ନମ୍ବର  

Odd number / ଅଯୁଗ୍ମ ସଂଖ୍ୟା = 1,3,5,7,9ରେ ଶେଷ ହେଉଥିବା ଗାଡି ନମ୍ବର

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 20, 2020, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.