ETV Bharat / state

ବିଡାନାସୀରେ ଡ୍ରେନେଜ ବ୍ଯବସ୍ଥାର ବିଡମ୍ବନା

ଅସରାଏ ବର୍ଷାରେ କୃତ୍ରିମ ବନ୍ଯା । ଏହା ହେଉଛି କଟକ ବିଡାନାସୀର ବିଡ଼ମ୍ବନା । ସମସ୍ଯା ଘେରରେ ଉବୁଟୁବୁ ସିଏମସିର ଏପରି ବ୍ଯବସ୍ଥା ।

author img

By

Published : Jul 13, 2019, 3:09 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ

କଟକ: ଖରାଦିନ ହେଉ ଅବା ବର୍ଷା ଦିନ, ବିଡାନାସୀର ତାରିଣୀ ବିହାର ଓ ଲକ୍ଷ୍ମୀବିହାର ଅଞ୍ଚଳରେ ରାସ୍ତା ଉପରେ ଜମି ରହୁଛି ପାଣି । ଏଭଳି ଅବସ୍ଥା ଆଜିର କି କାଲିର ନୁହେଁ ବରଂ ଦୀର୍ଘ 5 ବର୍ଷରୁ ଉର୍ଦ୍ଧ୍ବ ଦିନର ଏହି ସମସ୍ୟା। ସମାଧାନ ପାଇଁ ବାରମ୍ବାର ପ୍ରତିଶୃତି ମିଳୁଛି, କିନ୍ତୁ ପ୍ରତିଶୃତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଉଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କଟକ

ବର୍ଷା ଦିନେ କିନ୍ତୁ ସମସ୍ଯା ଅଧିକ ଜଟିଳ ହୋଇପଡେ ଏହି ଅଞ୍ଚଳରେ । ଗମନାଗମନଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଠପ୍ ହୋଇପଡ଼େ ସମସ୍ତ ବ୍ୟବସ୍ଥା । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହିଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ନବନିର୍ବାଚିତ ବାରବାଟୀ ବିଧାୟକ ମହମ୍ମଦ ମୋକିମ ବିଡ଼ାନାସୀର ଡ୍ରେନେଜ ବ୍ୟବସ୍ଥାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ଏବଂ ତାହାର ସ୍ଥାୟୀ ସମାଧାନ ଶୀଘ୍ର କରାଯିବ ବୋଲି କହିଛନ୍ତି ବିଧାୟକ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଖରା ଦିନ ହେଉ ଅବା ବର୍ଷା ଦିନ ହେଉ, ବିଡାନାସିର ତାରିଣୀ ବିହାର ଓ ଲକ୍ଷ୍ମୀବିହାର ଅଞ୍ଚଳରେ ରାସ୍ଥା ଉପରେ ଜମି ରହୁଛି ପାଣି।ଏଭଳି ଅବସ୍ଥା ଆଜିର କି କାଲିର ନୁହେଁ ବରଂ ଦୀର୍ଘ 5 ବର୍ଷରୁ ଉର୍ଦ୍ଧ୍ବ ଦିନର ଏହି ସମସ୍ୟା।ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରତିଶୃତି ମିଳୁଛି, କିନ୍ତୁ ପ୍ରତିଶୃତି କେବଳ ପ୍ରତିଶ୍ରୁତିରେ ରହି ଯାଉଛି।ତେବେ ଏଭଳି ସମସ୍ୟାର ସମାଧାନ କେବେ ହେବ ତାହା ଯେପରି ବିଡାନାସି ବାସିନ୍ଦା ଙ୍କ ପାଇଁ ସାତ ସପନ ପାଲଟି ଯାଇଛି।

Body:(ଭିଓ ୧)ସମସ୍ୟା ଘେରରେ ବିଡାନାସି ବାସିନ୍ଦା।ଦୀର୍ଘ 5 ବର୍ଷ ରୁ ଉର୍ଦ୍ଧ୍ୱ ହେବ ଜଳବନ୍ଦୀ ସମସ୍ୟାରେ ଛନ୍ଦି ହେଉଛନ୍ତି ବିଡାନାସି ଅଞ୍ଚଳର ପ୍ରାୟ 4 ହଜାରରୁ ଉର୍ଦ୍ଧ୍ଵ ବାସିନ୍ଦା।ବିଶେଷକରି ବର୍ଷା ଦିନ ରେ ବଢିଯାଏ ଏମାନଙ୍କ ଦୁର୍ଦଶା।ଡ୍ରେନ ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନ ଥିବାରୁ ରାସ୍ଥା ଉପରେ ଜମି ରହେ ଆଣ୍ଠୁଏ ଉପରେ ପାଣି।ଟିକେ ବର୍ଷା ହେଇଗଲେ ,ଚିନ୍ତା ବଢିଯାଏ ଅଞ୍ଚଳ ବାସୀଙ୍କର।କାରଣ ଘରୁ ବାହାରିବା କଷ୍ଟକର ହୋଇପଡେ।ପିଲାଙ୍କ ପାଠ ପଢା କଥା ନ କହିବା ଭଲ। ଏଭଳି ସମସ୍ୟା ର ସମାଧାନ ପାଇଁ ବାରମ୍ବାର ସିଏମସି ଦୌଡ଼ି ଦୌଡ଼ି ଚପଲ ଘୋରି ହୋଇଗଲାଣି ,କିନ୍ତୁ କିଛି ଲାଭ ମିଳୁନି।କାରଣ ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶୃତି ମିଳୁଛି,କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି।

ବାଇଟ - ଭାଗ୍ୟଧର ବାହାଲିଆ,ବିଡାନାସି ବାସିନ୍ଦା।
ବାଇଟ - ଟୁକୁନା ସେନାପତି,ବିଡାନାସି ବାସିନ୍ଦା।

(ଭିଓ ୨) ବିଡାନାସି ଅଞ୍ଚଳର ସମସ୍ୟା କୁ ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି କଟକ ବାରବାଟୀ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ।ଘର ଘର ବୁଲି ସ୍ଥିତି ର ସମୀକ୍ଷା କରିଛନ୍ତି ଏହି କଂଗ୍ରେସ ବିଧାୟକ।ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ଜଳ ନିଷ୍କାସନ ହେଇପାରୁ ନାହିଁ।ତେବେ ଖୁବ ଶୀଘ୍ର ଏହାର ସମାଧାନ କରାଯିବ।ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରାଯାଇ ଏହାର ସ୍ଥାୟୀ ପ୍ରତିକାର ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଧାୟକ କହିଛନ୍ତି।

ବାଇଟ - ଇଂ ମହମ୍ମଦ ମୋକିମ,ବିଧାୟକ,କଟକ ବାରବାଟୀ।

Conclusion:ସହରରେ ଏଭଳି ଅନେକ ସମସ୍ୟା ରହିଛି।ତେବେ ସିଏମସି କେବଳ ରାଜସ୍ୱ ଆଦାୟ କରି ନିଜର ଦାୟିତ୍ୱ ସତେ ଯେପରି ଭୁଲି ଯାଉଛି।କଟକରୁ ନାରାୟଣ ସାହୁ ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.