ETV Bharat / state

ଆସନ୍ତାକାଲିଠୁ ବାରବାଟୀରେ ଖେଳାଯିବ ଓସିଏଲ

author img

By

Published : Dec 26, 2020, 8:16 PM IST

Updated : Dec 27, 2020, 9:46 AM IST

ଆସନ୍ତାକାଲିଠୁ ଜାନୁଆରୀ 13 ତାରିଖ ଯାଏଁ ବାରବାଟୀରେ ଖେଳାଯିବ ଓଡିଶା କ୍ରିକେଟ ଲିଗ । ମୋଟ 6ଟି ଟିମକୁ ଲିଗରେ ସାମିଲ କରିଛି ଓସିଏ । ଅଧିକ ପଢନ୍ତୁ...

OCL will be played in Barabati from tomorrow
ଆସନ୍ତାକାଲିଠୁ ବାରବାଟୀରେ ଖେଳାଯିବ ଓସିଏଲ

କଟକ: ଆସନ୍ତାକାଲି ବାରବାଟୀରେ ଖେଳାଯିବ ଓସିଏଲ ଅର୍ଥାତ ଓଡିଶା କ୍ରିକେଟ ଲିଗ । ଏହା ଆସନ୍ତାକାଲିଠୁ(ରବିବାର) ଆରମ୍ଭ ହୋଇ ଜାନୁଆରୀ 13 ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ 6ଟି ଟିମକୁ ଏହି ଲିଗରେ ସାମିଲ କରିଛି ଓସିଏ । 6ଟି ଟିମ ପାଇଁ 92 ଖେଳାଳି ଚୟନ ଶେଷ ହୋଇଛି । ବାରବାଟୀରେ ଖେଳାଯିବ ସମସ୍ତ ମ୍ୟାଚ । ଦିନକୁ ଦୁଇଟି ମ୍ୟାଚ ହେବ । ଏନେଇ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇଛି ।

ଆସନ୍ତାକାଲିଠୁ ବାରବାଟୀରେ ଖେଳାଯିବ ଓସିଏଲ

ପ୍ରଥମ ମ୍ୟାଚ 3.30 ଓ ଦ୍ୱିତୀୟ 7.30ରେ ଆରମ୍ଭ ହେବ । କୋଭିଡ ଗାଇଡ଼ଲାଇନ ମୁତାବକ ଏହି ଲିଗ ଖେଳାଯିବ ସହ ଦର୍ଶକ ବିହୀନ ହେବ । ପୂର୍ବରୁ ଯେପରି ଅନ୍ତଃଜିଲା ଟି20 ରେ ନିୟମ ହୋଇଥିଲା ସେହି ସମାନ ନିୟମ ମଧ୍ୟ ବଳବତ୍ତର ରହିବ । ଆଗକୁ ରଣଜୀ ସିଜନ ଆସୁଥିବାରୁ ଓସିଏ ଏହି ଲିଗରୁ କିଛି ନୂଆ ମୁଁହ ଚୟନ କରିବା ନେଇ ମଧ୍ୟ ଆଶା ରଖିଛି । ତାହାକୁ ଆଖି ଆଗରେ ରଖି ଓସିଏଲ ପାଇଁ ଖେଳାଳି ଚୟନ ହୋଇଥିବା ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 27, 2020, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.