କଟକ: ବାରବାଟୀ ଷ୍ଟାଡିୟମର ହେଉଛି ନବକଳେବର । ଷ୍ଟାଡିୟମର ବଡ ସମସ୍ୟା ଥିବା ଜଳ ନିସ୍କାସନର ସମାଧାନର ରାସ୍ତା ଖୋଜି ପାଇଛି ଓଡିଶା କ୍ରିକେଟ ଆସୋସିଏସନ ।
ସଂପୂର୍ଣ ଗ୍ରାଉଣ୍ଡକୁ 8 ଇଞ୍ଚ ପର୍ଯ୍ୟନ୍ତ ଖୋଳାଯାଇ ବାଲି ଭର୍ତ୍ତି କରାଯାଉଛି । ଯାହା ଫଳରେ ମ୍ୟାଚ ସମୟରେ ବର୍ଷା ହେଲେ ପଡିଆରୁ ଖୁବଶୀଘ୍ର ପାଣି ସୁଖିବ । ଏଥିସହ ଡ୍ରେନେଜ ବ୍ୟବସ୍ଥା ମଧ୍ୟ ବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରହିଛି ।
ବିସିସିସିଆଇ ମୋହର ମାରିବା ପରେ ଓସିଏ ଆରମ୍ଭ କରିଛି ପଡିଆ ଉନ୍ନତିକରଣ କାର୍ଯ୍ୟ । ଜେସିବି ଦ୍ବାରା ପଡିଆ ଖୋଳିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ବାଲି ଫିଲିଂ ଦ୍ବାରା ଆଉଟ ଫିଲ୍ଡର ମାନ ବୃଦ୍ଧି ହେବା ସହ ଖେଳାଳିମାନେ ମଧ୍ୟ କମ ଆହତ ହେବେ ବୋଲି କହିଛନ୍ତି ମୁଖ୍ୟ ପିଚ କ୍ୟୁରେଟର ପଙ୍କଜ ପଟ୍ଟନାୟକ ।
2013 ମସିହାରେ ମଧ୍ୟ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏକ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ସହ ରଦ୍ଦ ହୋଇଥିଲା । ତେବେ ଏପରି ସମସ୍ୟାକୁ କମ କରିବାକୁ ବ୍ୟବସ୍ଥା ହେଉଛି। ଓସିଏର ଏହି କାର୍ଯ୍ୟରେ ପୂର୍ବତନ ରଣଜୀ ଖେଳାଳି ଖୁସିବ୍ୟକ୍ତ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ